କୋହଲିଙ୍କର ସର୍ବଦା ଋଣି ହୋଇ ରହିବି: ବୁମ୍ରା

କିଙ୍ଗଷ୍ଟନ୍: ଜବରଦସ୍ତ ଲାଇନ୍-ଲେନ୍ଥ, ଦ୍ରୁତ ବୋଲିଂ ଓ ବାଉନ୍ସ ଦ୍ୱାରା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିବା ଯଶପ୍ରୀତ ବୁମ୍ରା ଶନିବାର ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ବୁମ୍ରାଙ୍କ ନିଜର ଏହି ହ୍ୟାଟ୍ରିକର ପୂରା ଶ୍ରେୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଦେଇଛନ୍ତି। ବୁମ୍ରାଙ୍କ ଦ୍ୱାରା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପରେ ଷ୍ଟମ୍ପ୍ ମାଇକରେ ବିରାଟଙ୍କୁ କିଛି କହୁଥିବାର ଶୁଣିବାକୁ ମିଳିଥିଲା। ବିରାଟ କହୁଥିଲେ, କେତେ ବଢ଼ିଆ ବୋଲିଂ। ଏହି ପେସ୍ ବୋଲର ଜଣକ […]

virat-bumrah

Ranjit Kumar Jena
  • Published: Sunday, 01 September 2019
  • , Updated: 01 September 2019, 10:27 PM IST

କିଙ୍ଗଷ୍ଟନ୍: ଜବରଦସ୍ତ ଲାଇନ୍-ଲେନ୍ଥ, ଦ୍ରୁତ ବୋଲିଂ ଓ ବାଉନ୍ସ ଦ୍ୱାରା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିବା ଯଶପ୍ରୀତ ବୁମ୍ରା ଶନିବାର ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ବୁମ୍ରାଙ୍କ ନିଜର ଏହି ହ୍ୟାଟ୍ରିକର ପୂରା ଶ୍ରେୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଦେଇଛନ୍ତି।

ବୁମ୍ରାଙ୍କ ଦ୍ୱାରା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପରେ ଷ୍ଟମ୍ପ୍ ମାଇକରେ ବିରାଟଙ୍କୁ କିଛି କହୁଥିବାର ଶୁଣିବାକୁ ମିଳିଥିଲା। ବିରାଟ କହୁଥିଲେ, କେତେ ବଢ଼ିଆ ବୋଲିଂ। ଏହି ପେସ୍ ବୋଲର ଜଣକ ହ୍ୟାଟ୍ରିକ୍ ସମେତ ପ୍ରଥମ ଇନିଂସରେ ୬ଟି ୱିକେଟ୍ ନେଇଛନ୍ତି। ସେ ନିଜର ଏହି ବଡ଼ ସଫଳତାର ଶ୍ରେୟ କୋହଲିଙ୍କୁ ଦେଇଛନ୍ତି, ଯିଏ ରିଭ୍ୟୁ ଦ୍ୱାରା ରୋଷ୍ଟନ୍ ଚେଜଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।

ବିସିସିଆଇ ଟିଭିରେ କଥାବାର୍ତ୍ତା ବେଳେ କୋହଲି ମାଇକ୍ ଧରିଥିଲେ ଏବଂ ବୁମ୍ରା କହିଥିଲେ, ସତ କହିବାକୁ ଗଲେ ଏହି ଅପିଲକୁ ନେଇ ମୁଁ ଆଦୌ ନିଶ୍ଚିତ ନଥିଲି। ମୁଁ ଭାବିଲି ଯେ ବଲ ବ୍ୟାଟରେ ବାଜିଥିଲା, ଏଥିପାଇଁ ମୁଁ ଅଧିକ ଅପିଲ୍ କରିନଥିଲି, କିନ୍ତୁ ଶେଷରେ ଏହା ଏକ ରିଭ୍ୟୁ ଥିଲା। ମୋ ମତରେ ଏହି ହ୍ୟାଟ୍ରିକ୍ କ୍ୟାପଟେନ୍ ମୋତେ କ୍ୟାପଟେନ୍ କୋହଲିଙ୍କ ପାଇଁ ମିଳିପାରିଛି।

ସେହିପରି ବିରାଟ୍ କହିଛନ୍ତି, "ବୁମ୍ରା ଓ ମୋ ଭିତରେ ଆଲୋଚନା ହୋଇଥିଲା। ବୁମ୍ରାଙ୍କୁ ଲାଗିଲା ଯେ ବଲ୍ ବ୍ୟାଟରେ ସ୍ପର୍ଶ କରିଥିଲା। ମୁଁ ତାଙ୍କୁ ପଚାରିଲି ଯେ, ବଲ୍ ଲାଇନରେ ଥିଲା କି ନାହିଁ। ସେ କହିଥିଲେ ବଲ୍ ୱିକେଟ୍ ସାମ୍ନାରେ ଥିଲା, ହୁଏତ ବଲ୍ ପ୍ରଥମେ ବ୍ୟାଟରେ ବାଜିଥିଲା। ଏହା ପରେ ସମସ୍ତଙ୍କୁ ଲାଗିଲା ଯେ ବ୍ୟାଟ୍ସମ୍ୟାନ୍ ବଲ ପାଖକୁ ବିଳମ୍ବରେ ଆସିଥିଲେ, ଏଥିପାଇଁ ମୁଁ ରିଭ୍ୟୁ ନେଇଥିଲି। ମୁଁ ଖୁସି ଯେ ସବୁକିଛି ସଠିକ୍ ସାବ୍ୟସ୍ତ ହୋଇଥିଲା।"

Related story