ଆଇଏଏଏଫ୍‌ ଡାଏମଣ୍ଡ ଲିଗ୍‌: ନୂଆ କୀର୍ତ୍ତିମାନ୍‌ ରଚିଲେ ମାରାଥନ୍‌ ଗାର୍ଲ ସୁଧା

ସାଙ୍ଘାଇ: ଆଇଏଏଏଫ୍‌ ଡାଏମଣ୍ଡ ଲିଗ୍‌ରେ ନୂଆ କିର୍ତ୍ତିମାନ୍‌ ରଚିଛନ୍ତି ୨୦୧୦ ଏସିଆନ୍‌ ଗେମ୍ସର ୩୦୦୦ମି ଷ୍ଟେପେଲ୍‌ଚେସ୍‌ରେ ସ୍ୱର୍ଣ୍ଣ ବିଜୟିନୀ ମାରାଥନ୍‌ ଗାର୍ଲ ସୁଧା ସିଂହ। ସେ ୨୦୧୬ ଫେଡେରେସନ କପ୍‌ରେ ଲଳିତା ଶିବାଜୀ ବାବର କରିଥିବା ଜାତୀୟ ରେକର୍ଡକୁ (୯:୨୭:୩୦) ଭାଙ୍ଗି ସେ ୯:୨୬:୫୫ ମିନିଟରେ ନିର୍ଦ୍ଦିଷ୍ଟ ଦୂରତାକୁ ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ଆଇଏଏଏଫ୍‌ ଡାଏମଣ୍ଡ ଲିଗ୍‌ରେ ୮ମ ସ୍ଥାନରେ ରହି ଏହି ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି। ୩୦୦୦ମି ମହିଳା ଷ୍ଟେପେଲ୍‌ଚେସ୍‌ […]

sudha-singh

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 11:46 AM IST

ସାଙ୍ଘାଇ: ଆଇଏଏଏଫ୍‌ ଡାଏମଣ୍ଡ ଲିଗ୍‌ରେ ନୂଆ କିର୍ତ୍ତିମାନ୍‌ ରଚିଛନ୍ତି ୨୦୧୦ ଏସିଆନ୍‌ ଗେମ୍ସର ୩୦୦୦ମି ଷ୍ଟେପେଲ୍‌ଚେସ୍‌ରେ ସ୍ୱର୍ଣ୍ଣ ବିଜୟିନୀ ମାରାଥନ୍‌ ଗାର୍ଲ ସୁଧା ସିଂହ। ସେ ୨୦୧୬ ଫେଡେରେସନ କପ୍‌ରେ ଲଳିତା ଶିବାଜୀ ବାବର କରିଥିବା ଜାତୀୟ ରେକର୍ଡକୁ (୯:୨୭:୩୦) ଭାଙ୍ଗି ସେ ୯:୨୬:୫୫ ମିନିଟରେ ନିର୍ଦ୍ଦିଷ୍ଟ ଦୂରତାକୁ ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ଆଇଏଏଏଫ୍‌ ଡାଏମଣ୍ଡ ଲିଗ୍‌ରେ ୮ମ ସ୍ଥାନରେ ରହି ଏହି ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି।

୩୦୦୦ମି ମହିଳା ଷ୍ଟେପେଲ୍‌ଚେସ୍‌ ଇଭେଣ୍ଟରେ ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା  ବାବର ୯:୪୩:୩୦ରେ ଦୂରତାକୁ ଅତିକ୍ରମ କରି ୧୩ ତମ ସ୍ଥାନରେ ରହିଛନ୍ତି।

ଏହାସହ କେନିଆର ଏଚ୍‌.କେଇଙ୍ଗ ଏକ ରେକର୍ଡ ସ୍ଥାପନ କରିଛନ୍ତି। ସେ ୯:୦୭:୪୨ରେ ନିର୍ଦ୍ଦିଷ୍ଟ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅକ୍ତିୟାର କରିଛନ୍ତି। ପୂର୍ବରୁ ୨୦୧୨ରେ ତାଙ୍କ ଦେଶର ଏମ୍.ଚେମୋସ୍‌ଙ୍କ ନାମରେ ଥିବା ୯:୧୫:୮୧କୁ ସେ ଭାଙ୍ଗି ଏହି ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ବାହାରେନ୍‌ର ରୁଥ୍‌ ଜେବେତ୍‌ ୯:୧୫:୯୮ରେ ଦୂରତାକୁ ଅତିକ୍ରମ କରି ରୌପ୍ୟ ଓ ଇଥୋପିଆର ସୋଫିଆ ଅଶେଫା ୯:୨୧:୦୭ରରେ ଅତିକ୍ରମ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଉଭୟ ସୁଧା ଓ ଲଳିତା ଏହି ୩୦୦୦ମି ମହିଳା ଷ୍ଟେପେଲ୍‌ଚେସ୍‌ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି।

Related story