ଧୋନିଙ୍କ ବିଷୟରେ ବ୍ୟାଟସ୍‌ମ୍ୟାନଙ୍କୁ ଏଭଳି ପରାମର୍ଶ ଦେଲା ଆଇସିସି

ଦୁବାଇ: ସର୍ବଦା ୱିକେଟ୍‌ ପଛରେ କମାଲ କରୁଥିବା ଟିମ୍‌ ଇଣ୍ଡିଆର ଥିଙ୍କ ଟ୍ୟାଙ୍କ ତଥା ପୂର୍ବତନ କ୍ୟାପ୍ଟେନ୍‌ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ଦକ୍ଷତା ଦେଖି ଏବେ ଆଇସିସି ମଧ୍ୟ ଜଳକା ହୋଇଛି। ଧୋନି କେବଳ ଜଣେ ଶ୍ରେଷ୍ଠ ଫିନିଶର ନୁହନ୍ତି ବରଂ ୱିକେଟ୍‌ ପଛରେ ସେ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରିବାର ଅଦ୍ଭୁତ ଦକ୍ଷତା ମଧ୍ୟ ରଖିଥିବା ଅନେକ ଥର ପ୍ରମାଣ ଦେଖାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ମ ମ୍ୟାଚ୍‌ରେ ଧୋନି ନିଜର ଉପସ୍ଥିତି ବୁଦ୍ଧି ବଦଳରେ ଜିମି […]

das

Hemant Lenka
  • Published: Monday, 04 February 2019
  • , Updated: 05 February 2019, 04:31 PM IST

ଦୁବାଇ: ସର୍ବଦା ୱିକେଟ୍‌ ପଛରେ କମାଲ କରୁଥିବା ଟିମ୍‌ ଇଣ୍ଡିଆର ଥିଙ୍କ ଟ୍ୟାଙ୍କ ତଥା ପୂର୍ବତନ କ୍ୟାପ୍ଟେନ୍‌ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ଦକ୍ଷତା ଦେଖି ଏବେ ଆଇସିସି ମଧ୍ୟ ଜଳକା ହୋଇଛି। ଧୋନି କେବଳ ଜଣେ ଶ୍ରେଷ୍ଠ ଫିନିଶର ନୁହନ୍ତି ବରଂ ୱିକେଟ୍‌ ପଛରେ ସେ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରିବାର ଅଦ୍ଭୁତ ଦକ୍ଷତା ମଧ୍ୟ ରଖିଥିବା ଅନେକ ଥର ପ୍ରମାଣ ଦେଖାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ମ ମ୍ୟାଚ୍‌ରେ ଧୋନି ନିଜର ଉପସ୍ଥିତି ବୁଦ୍ଧି ବଦଳରେ ଜିମି ନୀଶମଙ୍କୁ ଆଉଟ୍‌ କରିବା ପରେ ସାରା ବିଶ୍ୱ ତାଙ୍କ ଯାଦୁଗରୀ ୱିକେଟ୍‌ କିପିଂର ଦିୱାନା ହୋଇଯାଇଛି। ଏହିକ୍ରମରେ ଆଇସିସି ମଧ୍ୟ ଧୋନିଙ୍କ ପାଇଁ ଏବେ ବ୍ୟାଟସମ୍ୟାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛି। ଏଭଳି ପରାମର୍ଶ ଦେବା ଛଳରେ ଆଇସିସି ମଧ୍ୟ ଧୋନିଙ୍କୁ ପ୍ରଶଂସା କରିଛି।

ଆଇସିସି କହିଛି ଯେ ଧୋନି ୱିକେଟ୍‌ ପଛରେ ଥିବା ପର୍ଯ୍ୟନ୍ତ ଆପଣ କେବେ ହେଲେ ନିଜ କ୍ରିଜ୍‌ ଛାଡ଼ନ୍ତୁ ନାହିଁ।

ଆଇସିସିର ଏଭଳି ଟ୍ୱିଟ୍‌ ପରେ କ୍ରିକେଟ୍‌ ପ୍ରେମୀମାନେ ଖୁସି ହୋଇଛନ୍ତି। ସେମାନେ ଆଇସିସିର ଏଭଳି ଟ୍ୱିଟକୁ ପ୍ରଶଂସା କରି ଶେୟାର କରିବାରେ ଲାଗିଛନ୍ତି।

ଦେଖନ୍ତୁ ଗତକାଲିର ଭିଡିଓ

Related story