ଆଇସିସି ଢାଳିଲା କୋହଲିଙ୍କ ମୁଣ୍ଡରେ ସୁନା କଳସ: ସର୍ବାଧିକ ଆୱାର୍ଡ ପାଇ ଇତିହାସ ରଚିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏ ବର୍ଷର କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି। ଆଇସିସି ତାଙ୍କୁ ୨୦୧୭ ପାଇଁ ଶ୍ରେଷ୍ଠ କ୍ରିକେଟର ବୋଲି ଘୋଷଣା କରିଛି। ସେହିପରି ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର ମଧ୍ୟ ବିବେଚିତ ହୋଇଛନ୍ତି କୋହଲି। କେବଳ ଏତିକି ନୁହେଁ ବିରାଟଙ୍କୁ ଆଇସିସିର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ମଧ୍ୟ ଚୟନ କରାଗଲା। ଏପରି ସଫଳତା ପାଇବାରେ କୋହଲି ଏକମାତ୍ର ଖେଳାଳି ହୋଇଛନ୍ତି। ଏହା […]

Virat.

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 01:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏ ବର୍ଷର କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି। ଆଇସିସି ତାଙ୍କୁ ୨୦୧୭ ପାଇଁ ଶ୍ରେଷ୍ଠ କ୍ରିକେଟର ବୋଲି ଘୋଷଣା କରିଛି। ସେହିପରି ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର ମଧ୍ୟ ବିବେଚିତ ହୋଇଛନ୍ତି କୋହଲି। କେବଳ ଏତିକି ନୁହେଁ ବିରାଟଙ୍କୁ ଆଇସିସିର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ମଧ୍ୟ ଚୟନ କରାଗଲା। ଏପରି ସଫଳତା ପାଇବାରେ କୋହଲି ଏକମାତ୍ର ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଏଭଳି ସଫଳତା କୌଣସି ଖେଳାଳି ପାଇ ନାହାଁନ୍ତି।

କୋହଲି  ୨୦୧୭ରେ ଟେଷ୍ଟରେ ୨୨୦୩ ରନ୍ କରିଛନ୍ତି, ଏଥିରେ ଅଛି ୮ଟି ଶତକ। ଦିନିକିଆରେ ୧୮୧୮ ରନ୍ କରିଛନ୍ତି, ଏଥିରେ ମଧ୍ୟ ସେ ୭ଟି ଶତକ ମାରିଛନ୍ତି। ଅଷ୍ଟ୍ରେଲିଆ ଟିମରେ କ୍ୟାପଟେନ ଷ୍ଟିଭ ସ୍ମିଥ୍ ଟେଷ୍ଟ ପ୍ଲେୟାର ଅଫି ଦି ଇୟର ବିବେଚିତ ହୋଇଛନ୍ତି। ଗତ ବର୍ଷ ଇଂଲଣ୍ଡ ବିରୋଧରେ ଭାରତୀୟ ସ୍ପିନର ଚହଲ୍ ୨୫ ରନ୍ ଦେଇ ୬ଟି ଓ୍ୱିକେଟ ନେଇଥିଲେ। ଏହାକୁ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନଲ ପରଫର୍ମାନ୍ସ ଅଫ୍ ଦି ଇୟର୍ ବୋଲି ବିଚେଚିତ କରାଯାଇଛି।

 

 

Related story