ଆଇସିସି ଦିନିକିଆ ମାନ୍ୟତା: ଭାରତ ୨, ବାଂଲାଦେଶ ୭

ଦୁବାଇ: ପ୍ରକାଶ ପାଇଛି ଆଇସିସିର ସଦ୍ୟ ଦିନିକିଆ ମାନ୍ୟତା ତାଲିକା। ଏଥିରେ ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। କିନ୍ତୁ ବାଂଲାଦେଶ ଠାରୁ ୨-୧ରେ ସିରିଜ ପରାସ୍ତ ହୋଇଥିବାରୁ ଏହାର ୨ ପଏଣ୍ଟ ହ୍ରାସ ପାଇଛି। ପୂର୍ବରୁ ଭାରତ ୧୧୭ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏବେ ୧୧୫ ପଏଣ୍ଟ ପାଇ ଉକ୍ତ ସ୍ଥାନକୁ ବଜାୟ ରଖିଛି। ଅନ୍ୟପକ୍ଷରେ ଭାରତକୁ ଲଗାତାର ଦୁଇଟି ମ୍ୟାଚରେ ହରାଇ ସିରିଜ‌୍‍ ବିଜୟୀ ହୋଇଥିବା ବାଂଲାଦେଶ ତାଲିକାର ସପ୍ତମ […]

Bangladesh India Cricket

Bangladesh India Cricket

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 06:27 AM IST

Sports

Latest News

ଦୁବାଇ: ପ୍ରକାଶ ପାଇଛି ଆଇସିସିର ସଦ୍ୟ ଦିନିକିଆ ମାନ୍ୟତା ତାଲିକା। ଏଥିରେ ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। କିନ୍ତୁ ବାଂଲାଦେଶ ଠାରୁ ୨-୧ରେ ସିରିଜ ପରାସ୍ତ ହୋଇଥିବାରୁ ଏହାର ୨ ପଏଣ୍ଟ ହ୍ରାସ ପାଇଛି। ପୂର୍ବରୁ ଭାରତ ୧୧୭ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏବେ ୧୧୫ ପଏଣ୍ଟ ପାଇ ଉକ୍ତ ସ୍ଥାନକୁ ବଜାୟ ରଖିଛି।

ଅନ୍ୟପକ୍ଷରେ ଭାରତକୁ ଲଗାତାର ଦୁଇଟି ମ୍ୟାଚରେ ହରାଇ ସିରିଜ‌୍‍ ବିଜୟୀ ହୋଇଥିବା ବାଂଲାଦେଶ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। ୯୩ ପଏଣ୍ଟ ସହିତ ଏହା ସପ୍ତମ ସ୍ଥାନରେ ରହିଥିବା ବେଳେ ୯୮ ପଏଣ୍ଟ ପାଇଁ ଇଂଲଣ୍ଡ ଷଷ୍ଠ ସ୍ଥାନରେ ରହିଛି। ସେହିପରି ୮୮ ପଏଣ୍ଟ ପାଇ ୱେଷ୍ଟ‌୍‍ ଇଣ୍ଡିଜ‌୍‍ ଅଷ୍ଟମ ସ୍ଥାନରେ ରହିଛି। ପାକିସ୍ତାନ ନବମ ସ୍ଥାନରେ ରହିଛି। ଭାରତ ଠାରୁ ୨୮ ପଏଣ୍ଟ ପଛରେ ରହିଛି ପାକିସ୍ତାନ।

ଅଷ୍ଟ୍ରେଲିଆ ପୂର୍ବତନ ୧ ନମ୍ୱର ସ୍ଥାନ ବଜାୟ ରଖିଛି। ଏହାକୁ ୧୨୯ ପଏଣ୍ଟ ମିଳିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos