ଆଇସିସି ଏଲିଟ୍ ପ୍ୟାନେଲରେ ଦୁଇ ନୂଆ ଅମ୍ପାୟାର୍ ସାମିଲ୍

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଇଂଲଣ୍ଡର ମାଇକେଲ୍ ଗଫ୍ ଏବଂ ୱେଷ୍ଟଇଣ୍ଡିଜର ଜୋଏଲ୍ ୱିଲସନଙ୍କୁ ବାର୍ଷିକ ସମୀକ୍ଷା ଓ ଚୟନ ପ୍ରକ୍ରିୟା ପରେ ମଙ୍ଗଳବାର ୨୦୧୯-୨୦ ସିଜନ୍ ପାଇଁ ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ କରିଛି। ଗଫ୍ ଓ ୱିଲସନ୍ ଏମିରେଟ୍ସର ଅନ୍ତର୍ଜାତୀୟ ପ୍ୟାନେଲର ଅମ୍ପାୟାର ଥିଲେ। ଆଇସିସିର ଜେନେରାଲ୍ ମ୍ୟାନେଜର୍ ଜେଫ୍ ଆଲାର୍ଡିସ୍, ପୂର୍ବତନ ଖେଳାଳି ଓ କମେଣ୍ଟେଟର୍ ସଞ୍ଜୟ ମଞ୍ଜରେକର, ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେ ଓ ଡେଭିଡ୍ ବୁନଙ୍କ ଚୟନ […]

umpire

umpire

Ranjit Kumar Jena
  • Published: Tuesday, 30 July 2019
  • Updated: 30 July 2019, 08:28 PM IST

Sports

Latest News

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଇଂଲଣ୍ଡର ମାଇକେଲ୍ ଗଫ୍ ଏବଂ ୱେଷ୍ଟଇଣ୍ଡିଜର ଜୋଏଲ୍ ୱିଲସନଙ୍କୁ ବାର୍ଷିକ ସମୀକ୍ଷା ଓ ଚୟନ ପ୍ରକ୍ରିୟା ପରେ ମଙ୍ଗଳବାର ୨୦୧୯-୨୦ ସିଜନ୍ ପାଇଁ ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ କରିଛି।

ଗଫ୍ ଓ ୱିଲସନ୍ ଏମିରେଟ୍ସର ଅନ୍ତର୍ଜାତୀୟ ପ୍ୟାନେଲର ଅମ୍ପାୟାର ଥିଲେ। ଆଇସିସିର ଜେନେରାଲ୍ ମ୍ୟାନେଜର୍ ଜେଫ୍ ଆଲାର୍ଡିସ୍, ପୂର୍ବତନ ଖେଳାଳି ଓ କମେଣ୍ଟେଟର୍ ସଞ୍ଜୟ ମଞ୍ଜରେକର, ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେ ଓ ଡେଭିଡ୍ ବୁନଙ୍କ ଚୟନ କମିଟି ଏହି ଦୁଇ ଜଣଙ୍କୁ ଅମ୍ପାୟାର ପ୍ୟାନେଲ୍ ପାଇଁ ଚୟନ କରିଛି।

ଏହି ଦୁଇ ଅମ୍ପାୟାରଙ୍କ ପାଖରେ ଅନ୍ତର୍ଜାତୀୟ ସ୍ତରରେ ଅମ୍ପାୟାରିଂ କରିବାର ଭଲ ଅଭିଜ୍ଞତା ରହିଛି। ଗଫଙ୍କ ପାଖରେ ୯ ଟେଷ୍ଟ, ୫୯ ଦିନିକିଆ ଏବଂ ୧୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ ୱିଲସନଙ୍କ ପାଖରେ ୧୩ ଟେଷ୍ଟ, ୬୩ ଦିନିକିଆ ଏବଂ ୨୬ ଟି-୨୦ ମ୍ୟାଚରେ ଅମ୍ପାୟାରିଂ କରିବାର ଅଭିଜ୍ଞତା ରହିଛି। ଏହି ଦୁଇ ଅମ୍ପାୟାର ଏବେ ଇଆନ୍ ଗୋଲ୍ଡ ଓ ରବି ସୁନ୍ଦରନଙ୍କ ସ୍ଥାନ ନେବେ। ଆଇସିସିର ସିନିୟର ମ୍ୟାନେଜର୍ ଆଡ୍ରିଆନ୍ ଗ୍ରିଫିଥ୍ କହିଛନ୍ତି, ଏଲିଟ୍ ଅଫିସିଆଲ୍ସ ହେବା ବହୁତ ଚ୍ୟାଲେଞ୍ଜିଂ। ଏହି ନିଷ୍ପତ୍ତି ଉପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ନଜର ରହିଥାଏ।

ଆଇସିସି ଏଲିଟ୍ ପ୍ୟାନେଲରେ ଦୁଇ ଅମ୍ପାୟାରଙ୍କ ବ୍ୟତୀତ ପୂର୍ବରୁ ଅଲୀମ୍ ଦାର୍, କୁମାର ଧର୍ମସେନା, ମାରାଇସ୍ ଏରାସମସ୍, କ୍ରିସ୍ ଗାଫାନୀ, ରିଚାର୍ଡ ଇଲିଙ୍ଗୱର୍ଥ, ରିଚାର୍ଡ କେଟଲବୋରୋ, ନାଇଜେଲ୍ ଲଙ୍ଗ୍, ବ୍ରୁସ ଅକ୍ସେନଫର୍ଡ, ପଲ୍ ରିଫେଲ୍ ଓ ରଡ୍ ଟକର୍ ସାମିଲ୍ ଅଛନ୍ତି। ଏମିରେଟ୍ସ ଆଇସିସି ମ୍ୟାଚ୍ ରେଫରୀ ଏଲିଟ୍ ପ୍ୟାନେଲରେ କୌଣସି ପରିବର୍ତ୍ତନ କରିନାହିଁ। ଏହି ପ୍ୟାନେଲରେ ଡେଭିଡ୍ ବୁନ୍, କ୍ରିସ୍ ବ୍ରଡ୍, ଜେଫ୍ କ୍ରୋ', ରଞ୍ଜନ ମଦୁଗଲେ, ଆଣ୍ଡି ପାଇକ୍ରଫ୍ଟ, ରିଚି ରିଚାର୍ଡସନ୍ ଓ ଜାଭାଗଲ ଶ୍ରୀନାଥ ସାମିଲ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos