ଆଇସିସି ଦିନିକିଆ ମାନ୍ୟତା: ଶୀର୍ଷରେ ଅଷ୍ଟ୍ରେଲିଆ, ତୃତୀୟରେ ଭାରତ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଅଧିକାର କରିଛି ଅଷ୍ଟ୍ରେଲିଆ। ଦଳ ୪୫ଟି ମ୍ୟାଚ୍‌ ଖେଳି ୫୫୭୬ ପଏଣ୍ଟ ପାଇ ୧୨୪ ରେଟିଂ ସହ ଶୀର୍ଷ ସ୍ଥାନ ଅଧିକାର କରିଛି। ସେହିପରି ନ୍ୟୁଜିଲାଣ୍ଡ ୪୧ଟି ମ୍ୟାଚ୍‌ ଖେଳି ୪୬୩୧ ପଏଣ୍ଟ ପାଇ ୧୧୩ ରେଟିଂ ସହ ଦ୍ୱିତୀୟ ସ୍ଥାନ ଓ ୪୮ଟି ମ୍ୟାଚ୍‌ରୁ ୫୨୭୮ ପଏଣ୍ଟ ପାଇ ୧୧୦ ରେଟିଂ ସହ ତୃତୀୟ ସ୍ଥାନରେ ରହିଛି ଭାରତ। ଦକ୍ଷିଣ ଆଫ୍ରିକା ୪୬ଟି ମ୍ୟାଚ୍‌ରୁ […]

indian team

Rakesh Mallick
  • Published: Monday, 05 September 2016
  • , Updated: 05 September 2016, 07:00 PM IST

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଅଧିକାର କରିଛି ଅଷ୍ଟ୍ରେଲିଆ। ଦଳ ୪୫ଟି ମ୍ୟାଚ୍‌ ଖେଳି ୫୫୭୬ ପଏଣ୍ଟ ପାଇ ୧୨୪ ରେଟିଂ ସହ ଶୀର୍ଷ ସ୍ଥାନ ଅଧିକାର କରିଛି। ସେହିପରି ନ୍ୟୁଜିଲାଣ୍ଡ ୪୧ଟି ମ୍ୟାଚ୍‌ ଖେଳି ୪୬୩୧ ପଏଣ୍ଟ ପାଇ ୧୧୩ ରେଟିଂ ସହ ଦ୍ୱିତୀୟ ସ୍ଥାନ ଓ ୪୮ଟି ମ୍ୟାଚ୍‌ରୁ ୫୨୭୮ ପଏଣ୍ଟ ପାଇ ୧୧୦ ରେଟିଂ ସହ ତୃତୀୟ ସ୍ଥାନରେ ରହିଛି ଭାରତ। ଦକ୍ଷିଣ ଆଫ୍ରିକା ୪୬ଟି ମ୍ୟାଚ୍‌ରୁ ୫୦୪୭ ପଏଣ୍ଟ ପାଇ ୧୧୦ ରେଟିଂ ସହ ଚତୁର୍ଥସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୫୧ଟି ମ୍ୟାଚ୍‌ରୁ ୫୪୬୯ ପଲଣ୍ଟ ପାଇ ୧୦୭ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛି।

ସେହିପରି ଶୀଲଙ୍କା ୧୦୧ ରେଟିଂ ସହ ଷଷ୍ଠ ସ୍ଥାନରେ, ବାଂଲାଦେଶ ୯୮ ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନରେ, ୱେଷ୍ଟଇଣ୍ଡିଜ୍‌ ୯୪ ରେଟିଂ ସହ ଅଷ୍ଟମ ସ୍ଥାନରେ, ପାକିସ୍ତାନ ୮୬ ରେଟିଂ ସହ ନବମ ସ୍ଥାନରେ ଓ ଆଫଗାନିସ୍ତାନ ୪୯ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି।

Related story