ଆଇସିସି ରାଙ୍କିଂରେ ବି ଛକା ମାରିଲେ କାର୍ତ୍ତିକ

ମୁମ୍ବାଇ: ଶ୍ରୀଲଙ୍କାରେ ଖେଳାଯାଉଥିବା ନିଦହାସ ଟ୍ରଫି ଗତକାଲି ଶେଷ ହୋଇଛି । ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଟି-ଟେଣ୍ଟିର ଏହି ତ୍ରିକୋଣୀୟ ସିରିଜ୍‌ରେ ଖେଳାଳିମାନଙ୍କର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ଆଇସିସି ରାଙ୍କିଂରେ  ମଧ୍ୟ ଉନ୍ନତୀ ଆସିଛି। ଦିନେଶ କାର୍ତ୍ତିକ ଛକା ମାରି ମ୍ୟାଚ୍‌ ଜିତାଇବା ସହିତ ନିଜ ରାଙ୍କିଂରେ  ବି ଛକା ମାରି ଉପରକୁ ଉଠିଛନ୍ତି। ତେବେ ଟି-ଟେଣ୍ଚି ରାଙ୍କିଂରେ  କେଉଁ ଖେଳାଳି କେତେ ଉପର ସ୍ଥାନକୁ ଯାଇଛନ୍ତି ଆସନ୍ତୁ ଜାଣିବା। ଉନ୍ନତ […]

Dinesh-Kartik-May-Play-in-Team-11And-Replace-Parthiv-Patel

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 10:12 PM IST

ମୁମ୍ବାଇ: ଶ୍ରୀଲଙ୍କାରେ ଖେଳାଯାଉଥିବା ନିଦହାସ ଟ୍ରଫି ଗତକାଲି ଶେଷ ହୋଇଛି । ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଟି-ଟେଣ୍ଟିର ଏହି ତ୍ରିକୋଣୀୟ ସିରିଜ୍‌ରେ ଖେଳାଳିମାନଙ୍କର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ଆଇସିସି ରାଙ୍କିଂରେ  ମଧ୍ୟ ଉନ୍ନତୀ ଆସିଛି। ଦିନେଶ କାର୍ତ୍ତିକ ଛକା ମାରି ମ୍ୟାଚ୍‌ ଜିତାଇବା ସହିତ ନିଜ ରାଙ୍କିଂରେ  ବି ଛକା ମାରି ଉପରକୁ ଉଠିଛନ୍ତି। ତେବେ ଟି-ଟେଣ୍ଚି ରାଙ୍କିଂରେ  କେଉଁ ଖେଳାଳି କେତେ ଉପର ସ୍ଥାନକୁ ଯାଇଛନ୍ତି ଆସନ୍ତୁ ଜାଣିବା।

ଉନ୍ନତ ପ୍ରଦର୍ଶନ ଯୋଗୁଁ ୟୁଜବେନ୍ଦ୍ର ଚହଲଙ୍କ ଆଇସିସି ଟି-ଟେଣ୍ଟି ବୋଲର ରାଙ୍କିଂରେ  ୧୨ ନମ୍ବର ସ୍ଥାନ ଉପରକୁ ଉଠି ୨ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଭାରତର ଆଉ ଜଣେ ପ୍ରତିଭାବାନ୍ ବୋଲର ୱାସିଂଟନ୍ ସୁନ୍ଦର ୧୫୧ ଉପରକୁ ଉଠି ୩୧ ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ଉନାଦକଟ ୨୬ ତମ ସ୍ଥାନରେ ପହଞ୍ଚିଥିବା ବେଳେ ସାର୍ଦୁଲ ଠାକୁର ୮୫ ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବୋଲର ରାଙ୍କିଂରେ  ଉନ୍ନତୀ  ହେବା ସହିତ ଭାରତୀୟ ବ୍ୟାଟିଂ ରାଙ୍କିଂରେ  ମଧ୍ୟ ଉନ୍ନତୀ ହୋଇଛି। ଏଥିରେ ସିଖର ଧାୱନ୍, ମନୀଷ ପାଣ୍ଡେ ଓ ଦିନେଶ କାର୍ତ୍ତିକଙ୍କ ରାଙ୍କିଂରେ ଉପରକୁ ଉଠିଛନ୍ତି। ସପ୍ତମ ସ୍ଥାନରେ ବ୍ୟଟିଂ କରି ଭାରତକୁ ରୋମାଞ୍ଚକର ବିଜୟ ଦେଇଥିବା କାର୍ତ୍ତିକ୍ ୧୨୬ ସ୍ଥାନ ଉପରକୁ ଉଠି ୯୫ ସ୍ଥାନ ପହଞ୍ଚିଛନ୍ତି।

Related story