ଆଇସିସି ଟି-୨୦ ରାଙ୍କିଙ୍ଗରେ ୬ଟି ସ୍ଥାନ ଉପରକୁ ଉଠିଲେ ଚହଲ

ଦୁବାଇ: ଗତକାଲି ଶେଷ ଟି-୨୦ରେ ଦମ୍‌ଦାର ପ୍ରଦର୍ଶନ ପରେ ଭାରତୀୟ ସ୍ପିନର ୟୂଜଭେଦ୍ର ଚହଲଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ (ଆଇସିସି) ଟି-୨୦ ରାଙ୍କରେ ଉନ୍ନତି ଘଟିଛି। ଚହଲ ୬ଟି ସ୍ଥାନ ଉପରକୁ ଉଠି ତାଲିକାର ୮୬ତମ ରାଙ୍କରେ ରହିଛନ୍ତି। ଗତକାଲି ବାଙ୍ଗାଲୁରୁ ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଚହଲ ୪ ଓଭରରେ ୨୫ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ। ତାଙ୍କର ଏହି ପ୍ରଦର୍ଶନ ଯୋଗୁଁ ମ୍ୟାଚ୍‌ ହାରିବା ଆଶଙ୍କାରେ ଥିବା ଭାରତ […]

Chahal promoted

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 05:48 PM IST

ଦୁବାଇ: ଗତକାଲି ଶେଷ ଟି-୨୦ରେ ଦମ୍‌ଦାର ପ୍ରଦର୍ଶନ ପରେ ଭାରତୀୟ ସ୍ପିନର ୟୂଜଭେଦ୍ର ଚହଲଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ (ଆଇସିସି) ଟି-୨୦ ରାଙ୍କରେ ଉନ୍ନତି ଘଟିଛି। ଚହଲ ୬ଟି ସ୍ଥାନ ଉପରକୁ ଉଠି ତାଲିକାର ୮୬ତମ ରାଙ୍କରେ ରହିଛନ୍ତି।

ଗତକାଲି ବାଙ୍ଗାଲୁରୁ ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଚହଲ ୪ ଓଭରରେ ୨୫ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ। ତାଙ୍କର ଏହି ପ୍ରଦର୍ଶନ ଯୋଗୁଁ ମ୍ୟାଚ୍‌ ହାରିବା ଆଶଙ୍କାରେ ଥିବା ଭାରତ ଇଂଲଣ୍ଡକୁ ୭୫ ରନ୍‌ରେ ପରାସ୍ତା କରିଥିଲା। ଗତକାଲି ଚହଲଙ୍କ ପ୍ରଦର୍ଶନ ଟି-୨୦ରେ ଯେକୌଣସି ଭାରତୀୟଙ୍କ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ।

ସେହିପରି ଭାରତ ଫାଷ୍ଟ ବୋଲର ଆଶିଷ ନେହେରା ୨୪ ଓ ଇଂଲଣ୍ଡ ଟିମ୍‌ର ଫାଷ୍ଟ ବୋଲର ଖ୍ରୀଷ୍ଟ ଜୋଡ଼ାନ୍‌ ଆଇସିସି ରାଙ୍କିଙ୍ଗର ୧୭ତମ ସ୍ଥାନକୁ ଉନ୍ନିତ ହୋଇଛନ୍ତି।

Related story