ଅଭଦ୍ର ଭାଷା ପ୍ରୟୋଗ କରି ବେୟାରଷ୍ଟୋ ଦଣ୍ଡିତ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟସମ୍ୟାନ୍‌ ଜନ୍ନି ବେୟାରଷ୍ଟୋ ମ୍ୟାଚ୍‌ ବେଳେ ଅଭଦ୍ର ଭାଷ ପ୍ରୟୋଗ କରିଥିବାରୁ ଆଜି ତାଙ୍କୁ ଆଇସିସି ଦଣ୍ଡିତ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୧୮ ବଲରେ ୪୭ ରନ୍‌ କରିଥିବା ବେୟରଷ୍ଟୋ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ତେବେ ମ୍ୟାଚ୍‌ର ୭ମ ଓଭରରେ ସେ ଆଉଟ୍‌ ହେବା ବେଳେ ଅତ୍ୟନ୍ତ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ। ଏହା ଷ୍ଟମ୍ପରେ ଲାଗିଥିବା ମାଇକ୍‌ ଦ୍ୱାରା ଟିଭିରେ ମଧ୍ୟ ସମସ୍ତେ ଶୁଣିଥିଲେ। […]

r

Hemant Lenka
  • Published: Monday, 11 November 2019
  • , Updated: 11 November 2019, 10:03 PM IST

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟସମ୍ୟାନ୍‌ ଜନ୍ନି ବେୟାରଷ୍ଟୋ ମ୍ୟାଚ୍‌ ବେଳେ ଅଭଦ୍ର ଭାଷ ପ୍ରୟୋଗ କରିଥିବାରୁ ଆଜି ତାଙ୍କୁ ଆଇସିସି ଦଣ୍ଡିତ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୧୮ ବଲରେ ୪୭ ରନ୍‌ କରିଥିବା ବେୟରଷ୍ଟୋ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।

ତେବେ ମ୍ୟାଚ୍‌ର ୭ମ ଓଭରରେ ସେ ଆଉଟ୍‌ ହେବା ବେଳେ ଅତ୍ୟନ୍ତ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ। ଏହା ଷ୍ଟମ୍ପରେ ଲାଗିଥିବା ମାଇକ୍‌ ଦ୍ୱାରା ଟିଭିରେ ମଧ୍ୟ ସମସ୍ତେ ଶୁଣିଥିଲେ। ଏପରି କରି ବେୟାରୋଷ୍ଟ ଆଇସିସି କୋଡ୍‌ ଅଫ କଣ୍ଡକ୍ଟର ଲେଭଲ ୧କୁ ଉଲ୍ଲଙ୍ଘନ କରିଥିଲେ। ତେଣୁ ଆଇସିସି ଦଣ୍ଡ ସ୍ୱରୂପ ତାଙ୍କ ନାଁରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ଯୋଡ଼ିଛି।

ବେୟାରଷ୍ଟୋ ମଧ୍ୟ ନିଜ ଦୋଷକୁ ସ୍ୱୀକାର କରିଥିବାରୁ ଘଟଣାର ଶୁଣାଣି କରିବାକୁ ଆଇସିସି ମନା କରିଛି।

Related story