ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍‌

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସୋମବାର ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଆହତ କାରଣରୁ କ୍ରିକେଟରୁ ଦୂରେଇ ଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି। କୋହଲି ବର୍ତ୍ତମାନ ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ମଜଭୁତ୍ ରହିଛନ୍ତି। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ସ୍ମିଥ୍ ଉଭୟ ଇନିଂସରେ […]

kohli

kohli

Ranjit Kumar Jena
  • Published: Monday, 16 December 2019
  • Updated: 16 December 2019, 08:35 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସୋମବାର ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଆହତ କାରଣରୁ କ୍ରିକେଟରୁ ଦୂରେଇ ଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି। କୋହଲି ବର୍ତ୍ତମାନ ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ମଜଭୁତ୍ ରହିଛନ୍ତି। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ସ୍ମିଥ୍ ଉଭୟ ଇନିଂସରେ ଯଥାକ୍ରମେ ୪୩ ଓ ୧୬ ରନ୍ କରିଥିଲେ। ଯଦି ସ୍ମିଥ୍ ଶତକ ମାରିଥାନ୍ତେ, ତାହେଲେ କୋହଲିଙ୍କୁ ହଟାଇ ପୁଣିଥରେ ନିଜର ଶୀର୍ଷ ସ୍ଥାନ ଫେରି ପାଇଥାନ୍ତେ। କୋହଲି ଏବେ ସ୍ମିଥଙ୍କଠାରୁ ୧୭ ପଏଣ୍ଟ ଆଗରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ତୃତୀୟ, ଚେତେଶ୍ୱର ପୂଜାରା (୭୯୧) ଚତୁର୍ଥ ଏବଂ ଆଜିଙ୍କ୍ୟ ରାହାଣେ (୭୫୯) ଷଷ୍ଠ ସ୍ଥାନରେ ରହିଛନ୍ତି। ତେବେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନଙ୍କୁ ବଡ଼ ଫାଇଦା ହୋଇଛି। ପର୍ଥ ଟେଷ୍ଟରେ ଯଥାକ୍ରମେ ୧୪୩ ଓ ୫୦ ରନର ଇନିଂସ୍ ଖେଳିଥିବା ଲାବୁଶେନ୍ ପ୍ରଥମଥର ଲାଗି ଟପ୍‌-୫ରେ ପ୍ରବେଶ କରିଛନ୍ତି।

ପାକିସ୍ତାନର ବାବର ଆଜମ୍ ମଧ୍ୟ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି । ସେ ପ୍ରଥମଥର ପାଇଁ ଟପ୍‌-୧୦ରେ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୧୦୨ ରନର ଅପରାଜିତ ଇନିଂସ୍ ଖେଳିଥିବା ବାବର ନବମ ସ୍ଥାନରେ ପହଞ୍ଚିଯାଇଛନ୍ତି। ନିଜର ପଦାର୍ପଣ ମ୍ୟାଚରେ ଶତକ ମାରିଥିବା ପାକିସ୍ତାନ ଓପ୍ନର ଆବିଦ୍ ଅଲୀଙ୍କୁ ମଧ୍ୟ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ସେ ୭୮ତମ ସ୍ଥାନ ସହ ରାଙ୍କିଙ୍ଗରେ ପ୍ରବେଶ କରିଛନ୍ତି। ବୋଲିଂରେ ଭାରତର ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ସେ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛନ୍ତି।

ବୋଲରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଅନ୍ୟତମ ପେସର ମିଚେଲ୍ ଷ୍ଟାର୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ୭ ୱିକେଟ୍ ନେଇଥିବା ନ୍ୟୁଜିଲ୍ୟାଣ୍ଡର ନିଲ୍ ୱାଗନର୍ ୮୩୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। ୯ ୱିକେଟ୍ ନେଇଥିବା ଟିମ୍ ସାଉଦୀ ଟପ୍‌-୧୦କୁ ଫେରିଛନ୍ତି।

ଅଲରାଉଣ୍ଡରଙ୍କ ମଧ୍ୟରେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର୍ ଶୀର୍ଷ ସ୍ଥାନରେ ରହିଛନ୍ତି। ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୩୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୧୬ ପଏଣ୍ଟ ସହ ଦ୍ୱିତୀୟ, ଶ୍ରୀଲଙ୍କା ୮୦ ପଏଣ୍ଟ ସହ ତୃତୀୟ, ନ୍ୟୁଜିଲ୍ୟାଣ୍ଡ୍ ୬୦ ପଏଣ୍ଟ ସହ ଚତୁର୍ଥ ଏବଂ ଇଂଲଣ୍ଡ ୫୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story