ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ କାଏମ ରଖିଲେ ବିରାଟ୍‌

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିିସ ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି। କୋହଲି ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ମଜଭୁତ୍ ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି। ପୂଜାର ଗୋଟିଏ ସ୍ଥାନ ତଳକୁ ଖସି ୭୯୧ ପଏଣ୍ଟ ସହ ଷଷ୍ଠରେ ପହଞ୍ଚିଥିବା ବେଳେ […]

kohli

Ranjit Kumar Jena
  • Published: Wednesday, 08 January 2020
  • , Updated: 08 January 2020, 08:03 PM IST

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିିସ ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି। କୋହଲି ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ମଜଭୁତ୍ ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି। ପୂଜାର ଗୋଟିଏ ସ୍ଥାନ ତଳକୁ ଖସି ୭୯୧ ପଏଣ୍ଟ ସହ ଷଷ୍ଠରେ ପହଞ୍ଚିଥିବା ବେଳେ ରାହାଣେ ୭୫୯ ପଏଣ୍ଟ ସହ ନବମ ସ୍ଥାନକୁ ଖସି ଆସିଛନ୍ତି। ଭାରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ମହମ୍ମଦ ଶାମି ଟପ୍‌-୧୦ରେ ରହିଛନ୍ତି। ବୁମ୍ରା ୭୯୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିବା ବେଳେ ସ୍ପିନର୍ ଅଶ୍ୱିନ୍ (୭୭୨ ପଏଣ୍ଟ) ଓ ପେସର୍ ଶାମି (୭୭୧ ପଏଣ୍ଟ) ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ଅଛନ୍ତି।

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନଙ୍କୁ ସବୁଠାରୁ ଅଧିକ ଫାଇଦା ହୋଇଛି। ୨୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ କ୍ୟାରିୟରର ଶ୍ରେଷ୍ଠ ତୃତୀୟ ସ୍ଥାନ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିଡନୀ ଟେଷ୍ଟରେ ସେ ଯଥାକ୍ରମେ ୨୧୫ ଓ ୫୯ ରନ୍ କରିଥିଲେ। ସେ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୫୪୯ ରନ୍ କରିଥିଲେ। ଏହା ପୂର୍ବରୁ ସେ ପାକିସ୍ତାନ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୩୪୭ ରନ୍ କରିଥିଲେ। ଫଳରେ ସେ ନିଜର ଶେଷ ୫ଟି ଟେଷ୍ଟରେ ୮୯୬ ରନ୍ କରି ସମସ୍ତଙ୍କୁ ଚକିତ କରିଛନ୍ତି।

ଅଷ୍ଟ୍ରେଲିଆ ସ୍ପିଡଷ୍ଟାର୍ ପ୍ୟାଟ୍ କମିନ୍ସ ୯୦୪ ପଏଣ୍ଟ ସହ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ନିଲ୍ ୱାଗନର୍ (୮୫୨ ପଏଣ୍ଟ) ଓ ୱେଷ୍ଟଇଣ୍ଡିଜ୍ (୮୩୦ ପଏଣ୍ଟ) ସହ ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ବାମହାତୀ ପେସ୍ ବୋଲର ମିଚେଲ୍ ଷ୍ଟାର୍କ କ୍ୟାରିୟରର ଶ୍ରେଷ୍ଠ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜରେ ମୋଟ ୧୫ ୱିକେଟ୍ ନେଇଥିଲେ। ସେହିପରି ଏହି ସିରିଜରେ ସର୍ବାଧିକ ୨୦ ୱିକେଟ୍ ନେଇଥିବା ସ୍ପିନର ନେଥନ୍ ଲାୟନ୍‌ସ ୫ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ଅଲରାଉଣ୍ଡର କଲିନ୍ ଡି'ଗ୍ରାଣ୍ଡହୋମଙ୍କୁ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଫାଇଦା ହୋଇଛି। ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଗ୍ରାଣ୍ଡହୋମ୍ ୪୭ରୁ ୩୭ତମ ସ୍ଥାନ ଏବଂ ବୋଲରଙ୍କ ରାଙ୍କିଙ୍ଗରେ ୩୬ତମରୁ ୩୪ତମ ସ୍ଥାନକୁ ଉଠିଛନ୍ତି। କିୱି ପେସ୍ ବୋଲର ମ୍ୟାଟ୍ ହେନରୀ ତିନୋଟି ସ୍ଥାନ ଉଠି ୬୬ତମ ସ୍ଥାନକୁ ଉଠିଛନ୍ତି।

ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦ୍ୱିତୀୟଥର ଲାଗି ବ୍ୟାଟ୍ସମ୍ୟାନ୍ ତାଲିକାର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍ ଟାଉନ୍ ଟେଷ୍ଟରେ ଯଥାକ୍ରମେ ୪୭ ଓ ୭୨ ରନର ଇନିଂସ୍ ଖେଳିଥିବା ଷ୍ଟୋକ୍ସ ୧୫ଶରୁ ୧୦ମ ସ୍ଥାନକୁ ଉଠିଛନ୍ତି। ଗତବର୍ଷ ନଭେମ୍ବରରେ ସେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ନବମରେ ପହଞ୍ଚିଥିଲେ।

Related story