ଏବେ ପାଞ୍ଚ ନୁହେଁ, ୪ ଦିନିଆ ଟେଷ୍ଟ ମ୍ୟାଚ୍ ହେବ!

ମେଲବର୍ଣ୍ଣ: ଟେଷ୍ଟ କ୍ରିକେଟରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସାମିଲ୍ ହେବାକୁଥିବା ମ୍ୟାଚଗୁଡ଼ିକୁ ବାଧ୍ୟତାମୂଳକ ଭାବେ ଚାରିଦିନିଆ କରିବାକୁ ବିଚାର କରୁଛି, ଯଦ୍ଦ୍ୱାରା ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ସମୟ ବଞ୍ଚିପାରିବ। ଆଇସିସି କ୍ରିକେଟ୍ କମିଟି ୨୦୨୩-୨୦୩୧ ସିଜନ୍ ପାଇଁ ଟେଷ୍ଟ ମ୍ୟାଚକୁ ଆନୁଷ୍ଠାନିକ ଭାବେ ପାଞ୍ଚ ବଦଳରେ ଚାରିଦିନିଆ କରିବା ଉପରେ ବିଚାର କରିବ। “ଇଏସପିଏନକ୍ରିକଇନଫୋ” ଅନୁଯାୟୀ, ଏହି ବିଚାର ପଛରେ ଅନେକ କାରଣ ରହିଛି, […]

iicc1

Ranjit Kumar Jena
  • Published: Monday, 30 December 2019
  • , Updated: 30 December 2019, 08:38 PM IST

ମେଲବର୍ଣ୍ଣ: ଟେଷ୍ଟ କ୍ରିକେଟରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସାମିଲ୍ ହେବାକୁଥିବା ମ୍ୟାଚଗୁଡ଼ିକୁ ବାଧ୍ୟତାମୂଳକ ଭାବେ ଚାରିଦିନିଆ କରିବାକୁ ବିଚାର କରୁଛି, ଯଦ୍ଦ୍ୱାରା ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ସମୟ ବଞ୍ଚିପାରିବ। ଆଇସିସି କ୍ରିକେଟ୍ କମିଟି ୨୦୨୩-୨୦୩୧ ସିଜନ୍ ପାଇଁ ଟେଷ୍ଟ ମ୍ୟାଚକୁ ଆନୁଷ୍ଠାନିକ ଭାବେ ପାଞ୍ଚ ବଦଳରେ ଚାରିଦିନିଆ କରିବା ଉପରେ ବିଚାର କରିବ।

"ଇଏସପିଏନକ୍ରିକଇନଫୋ" ଅନୁଯାୟୀ, ଏହି ବିଚାର ପଛରେ ଅନେକ କାରଣ ରହିଛି, ଯେଉଁଥିରେ ଆଇସିସି ଅଧିକ ଗ୍ଲୋବାଲ୍ ଇଭେଣ୍ଟ ଆୟୋଜନ କରିବାକୁ ଚାହୁଁଛି ଏବଂ ବିସିସିଆଇ ମଧ୍ୟ ଚଳିତ ଏହି ସିଜନରେ ଅଧିକ ଦ୍ୱିପାକ୍ଷିକ ମୁକାବିଲା କରିବାକୁ ଦାବି କରିଛି। ଏହାବ୍ୟତୀତ ବର୍ତ୍ତମାନ ସାରା ଦୁନିଆରେ ଟି-୨୦ ଲିଗର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଏବଂ ପାଞ୍ଚ ଦିନିକିଆ ମ୍ୟାଚର ଆୟୋଜନରେ ହେବାକୁଥିବା ଖର୍ଚ୍ଚ ମଧ୍ୟ ସାମିଲ୍ ଅଛି। ଯଦି ୨୦୧୫-୨୦୨୩ ସିଜନରେ ଚାରିଦିନିଆ ଟେଷ୍ଟ ମ୍ୟାଚ୍ ଖେଳାଯାଏ, ତାହେଲେ ଏଥିରୁ ୩୩୫ ଦିନ ବଞ୍ଚିଯିବ। ତେବେ ଚାରିଦିନିଆ ଟେଷ୍ଟ ମ୍ୟାଚର ଆୟୋଜନ କୌଣସି ନୂଆ ଚିନ୍ତାଧାରା ନୁହେଁ। ଚଳିତ ବର୍ଷ ଆରମ୍ଭରୁ ଇଂଲଣ୍ଡ ଓ ଆୟର୍ଲ୍ୟାଣ୍ଡ ଚାରିଦିନିଆ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହା ପୂର୍ବରୁ ୨୦୧୭ରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟ ଏଭଳି ମ୍ୟାଚ୍ ଖେଳିଥିଲେ।

ଏହା ଏଭଳି ଏକ ମୁଦ୍ଦା, ଯାହା ଉପରେ ଖେଳ ଦ୍ୱାରା ଜଡ଼ିତ ସତ୍ତ୍ୱାଧୀକାରୀ ଭିନ୍ନ-ଭିନ୍ନ ଦୃଷ୍ଟିକୋଣ ରଖିପାରନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ୍ ରବର୍ଟ୍ସଙ୍କ ମତରେ, "ଚାରିଦିନିଆ ଟେଷ୍ଟ ଉପରେ ଗୁରୁତର ସହ ବିଚାର କରିବା ଦରକାର। ଏଭଳି ମାମଲା ଉପରେ ଭାବନାକୁ କାବୁ କରିବାକୁ ପଡ଼ିବ, କିନ୍ତୁ ଏହାକୁ ତଥ୍ୟ ଆଧାରରେ ଦେଖାଯିବା ଦରକାର। ସମୟ ଓ ଓଭରକୁ ଦୃଷ୍ଟିରେ ରଖି ଆମକୁ ବର୍ତ୍ତମାନ ଦେଖିବାକୁ ପଡ଼ିବ ଯେ ଗତ ୫ରୁ ୧୦ ବର୍ଷ ମଧ୍ୟରେ ଟେଷ୍ଟ ମ୍ୟାଚର ଲମ୍ବାର ଆଭରେଜ୍ କେତେ ରହିଛି।"

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଟିମ୍ ପେନ୍ ଆଇସିସିର ଏହି ବିଚାରକୁ ନେଇ ସେତେଟା ଉତ୍ସାହିତ ନାହାନ୍ତି। ମେଲବର୍ଣ୍ଣରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୨୪୭ ରନର ବୃହତ ବିଜୟ ପରେ ପେନ୍ କହିଥିଲେ, ଯଦି ଏଭଳି (ଚାରିଦିନ) ହୋଇଥାନ୍ତା, ତାହେଲେ ଆଶେସ୍ ସିରିଜରେ ଆମକୁ ଯେଉଁ ଫଳାଫଳ ମିଳିଛି, ତାହା ହୁଏତ ମିଳିପାରିନଥାନ୍ତା। ମୋତେ ଲାଗୁଛି ଆଶେସରେ ପ୍ରାୟ ପ୍ରତି ମ୍ୟାଚ୍ ପାଞ୍ଚ ଦିନ ଧରି ଚାଲିଥିଲା। ଟେଷ୍ଟ ମ୍ୟାଚ୍ ଏଥିପାଇଁ ଭିନ୍ନ ଯେ, ଏହା ପାଞ୍ଚ ଦିନ ଧରି ଚାଲେ ଏବଂ ଏଥିରେ ମାନସିକ ଓ ଶାରୀରିକ ଭାବେ ନିଜକୁ ପ୍ରସ୍ତୁତ କରିବା ଖେଳାଳିଙ୍କ ପକ୍ଷେ କଷ୍ଟକର ହୋଇଥାଏ। ଏହାଛଡ଼ା ପ୍ରଥମଶ୍ରେଣୀରେ ଚାରିଦିନିଆ ମ୍ୟାଚ୍ ତୁଳନାରେ ଟେଷ୍ଟରେ ଖେଳାଳିଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼ିଥାଏ। ମୋ ମତରେ, ଏହି କାରଣରୁ ଟେଷ୍ଟ କ୍ରିକେଟକୁ ଏଭଳି ରଖାଯାଇଛି ଏବଂ ଆଶା କରୁଛି ଆଗକୁ ମଧ୍ୟ ଏହା କାଏମ ରହିବ।

Related story