ଆଜି ମହିଳା ବିଶ୍ୱକପ୍ କ୍ରିକେଟ୍‌ ଫାଇନାଲ୍‌: ମିତାଲି ସେନାଙ୍କ ଉପରେ ସମସ୍ତଙ୍କ ନଜର

ଲଣ୍ଡନ: ଆଜି ହେଉଛି ମହିଳା ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍। ପ୍ରଥମ ଥର ପାଇଁ ଏହି ଟାଇଟଲ୍‌ ହାସଲ କରିବା ପାଇଁ ଭାରତୀୟ ଟିମ୍ ପାଖରେ ରହିଛି ଏକ ଭଲ ସୁଯୋଗ। ଫାଇନାଲ୍‌ରେ ଦଳ ଆୟୋଜକ ଇଂଲଣ୍ଡକୁ ଭେଟିବ। କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲଡର୍ସ ପଡ଼ିଆରେ ଅପରାହ୍ନ ୩ଟାରୁ ମ୍ୟାଚ୍ ଆରମ୍ଭ ହେବ। ଚଳିତ ବିଶ୍ୱକପ୍‌ରେ ପ୍ରଥମ ମୁକାବିଲାରେ ଭାରତ ଇଂଲଣ୍ଡକୁ ୩୫ ରନ୍‌ରେ ହରାଇଥିଲା। ସେହିଭଳି ସେମି ଫାଇନାଲ୍‌ରେ ଟିମ୍ ୬ ଥର ବିଜେତା ଅଷ୍ଟ୍ରେଲିଆକୁ […]

cricket

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 08:24 AM IST

ଲଣ୍ଡନ: ଆଜି ହେଉଛି ମହିଳା ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍। ପ୍ରଥମ ଥର ପାଇଁ ଏହି ଟାଇଟଲ୍‌ ହାସଲ କରିବା ପାଇଁ ଭାରତୀୟ ଟିମ୍ ପାଖରେ ରହିଛି ଏକ ଭଲ ସୁଯୋଗ। ଫାଇନାଲ୍‌ରେ ଦଳ ଆୟୋଜକ ଇଂଲଣ୍ଡକୁ ଭେଟିବ। କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲଡର୍ସ ପଡ଼ିଆରେ ଅପରାହ୍ନ ୩ଟାରୁ ମ୍ୟାଚ୍ ଆରମ୍ଭ ହେବ।

ଚଳିତ ବିଶ୍ୱକପ୍‌ରେ ପ୍ରଥମ ମୁକାବିଲାରେ ଭାରତ ଇଂଲଣ୍ଡକୁ ୩୫ ରନ୍‌ରେ ହରାଇଥିଲା। ସେହିଭଳି ସେମି ଫାଇନାଲ୍‌ରେ ଟିମ୍ ୬ ଥର ବିଜେତା ଅଷ୍ଟ୍ରେଲିଆକୁ ହରାଇଥିଲା। ତେଣୁ ଅଧିନାୟକ ମିତାଲି ରାଜ୍‌ଙ୍କ ସମେତ ଦଳର ସମସ୍ତ ଖେଳାଳିଙ୍କ ଆତ୍ମବିଶ୍ୱାସ ଦୃଢ଼ ରହିଛି।

୧୯୮୩ରେ ଲର୍ଡସରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ପୁରୁଷ ଦଳ ଜିତି ଥିଲା ପ୍ରଥମ ବିଶ୍ୱକପ୍। ସେତେବେଳେ ଦଳର ଅଧିନାୟକ ଥିଲେ ପ୍ରଖ୍ୟାତ ବୋଲର କପିଲ ଦେବ। ଆଉ ଆଜି ସେହି ପଡ଼ିଆରେ ଇଂଲଣ୍ଡକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି ମିତାଲି ରାଜ୍‌ଙ୍କ ଟିମ୍। ତେଣୁ ଆଜି ସମସ୍ତଙ୍କ ନଜର ରହିବ ମିତାଲିଙ୍କ ଉପରେ। ଏହି ମ୍ୟାଚ୍ ଜିତିଲେ ଭାରତୀୟ କ୍ରିକେଟ୍‌ (ଉଭୟ ପୁରୁଷ ଓ ମହିଳା)ରେ ତାଙ୍କ ନାଁରେ ଯୋଡ଼ି ହୋଇଯିବ ଏକ ରେକର୍ଡ। କପିଲ ଦେବ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ସେ ବନି ଯିବେ ବିଶ୍ୱବିଜେତା ଟିମ୍‌ର ଅଧିନାୟକ। କପିଲ ଦେବ ୧୯୮୩ରେ ଭାରତକୁ ବିଶ୍ୱକପ୍ ଦେଇଥିବା ବେଳେ ୨୦୧୧ରେ ଧୋନୀ ଭାରତକୁ କରାଇଥିଲେ ବିଶ୍ୱ ଚାମ୍ପିଅନ୍‌।

୨୦୦୫ରେ ମହିଳା ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍‌ରେ ଭାରତ ପହଞ୍ଚି ଥିଲା। ତେବେ ଅଷ୍ଟ୍ରେଲିଆ ଠାରୁ ହାରିଯାଇଥିଲା।

Related story