ମହିଳା ଟି-୨୦ ବିଶ୍ୱକପ୍‌: ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ପର୍ଥ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଗ୍ରୁପ୍‌-ବି’ର ଖେଳାଯାଇଥିବା ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଇଂଲଣ୍ଡକୁ ହରାଇ ବୃହତ ବିପର୍ଯ୍ୟୟ ଘଟାଇଛି। ପର୍ଥରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ ଇଂଲଣ୍ଡ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା। ଦଳ ପକ୍ଷରୁ ନାଟାଲି ସ୍କିଭର୍ ସର୍ବାଧିକ ୫୦, ଆମି ଜୋନ୍ସ ୨୩ ଓ ଫ୍ରାନ୍ ୱିଲସନ୍ ୧୪ ରନ୍ କରିଥିଲେ। ଦକ୍ଷିଣ […]

saf-women

Ranjit Kumar Jena
  • Published: Sunday, 23 February 2020
  • , Updated: 23 February 2020, 10:01 PM IST

ପର୍ଥ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଗ୍ରୁପ୍‌-ବି'ର ଖେଳାଯାଇଥିବା ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଇଂଲଣ୍ଡକୁ ହରାଇ ବୃହତ ବିପର୍ଯ୍ୟୟ ଘଟାଇଛି। ପର୍ଥରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ ଇଂଲଣ୍ଡ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା।

ଦଳ ପକ୍ଷରୁ ନାଟାଲି ସ୍କିଭର୍ ସର୍ବାଧିକ ୫୦, ଆମି ଜୋନ୍ସ ୨୩ ଓ ଫ୍ରାନ୍ ୱିଲସନ୍ ୧୪ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟାବୋଙ୍ଗା ଖାକା ୩ଟି, ମାରିଜେନ୍ କାପ୍ ଓ ଡେନ୍ ଭାନ୍ ନିକେର୍କ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୪ ୱିକେଟ୍ ହରାଇ ୧୨୭ ରନ୍ କରି ବିଜୟ ଲାଭ କରିଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ନିକେର୍କ ସର୍ବାଧିକ ୪୬, କାପ୍ ୩୮, କ୍ଲୋଇ ଟ୍ରାୟନ୍ ୧୨ ଓ ମିଗନନ୍ ଡୁ ପ୍ରିଜ୍ ଅପରାଜିତ ୧୮ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଇକ୍ଲେଷ୍ଟୋନ୍ ୨ଟି ୱିକେଟ୍ ନେଇଥିଲେ।

Related story