ମହିଳା ଟି୨୦ ବିଶ୍ୱକପ୍‌ରେ ରେକର୍ଡ ବର୍ଷା କଲା ଟିମ୍‌ ଇଣ୍ଡିଆ

ଗୁଏନା: ୱେଷ୍ଟଇଣ୍ଡିଜ୍‌ର ଗୁଏନାଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୯୪ ରନ୍‌ରେ ଇନିଂସ୍‌ ସାରିଥିଲାବେଳେ ରେକର୍ଡର ପାହାଡ଼ ତିଆରି କରିଛି। ଅଧିନାୟକ ହରମନ୍‌ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି ଯାହାକି ଭାରତୀୟ ମହିଳାଭାବେ ମଧ୍ୟ ପ୍ରଥମ। ଏତଦ୍‌ବ୍ୟତୀତ ଏହି ଶତକ ଅନ୍ତର୍ଜାତୀୟ ମହିଳା ବିଶ୍ୱକପ୍‌ରେ ତୃତୀୟ ଶତକ। ଏଥିପାଇଁ ସେ ମାତ୍ର ୫୧ଟି ବଲ୍‌ ଖେଳିଛନ୍ତି। The India bench applaud a fantastic century from […]

harman

Subrat Kumar Nayak
  • Published: Friday, 09 November 2018
  • , Updated: 09 November 2018, 11:17 PM IST

ଗୁଏନା: ୱେଷ୍ଟଇଣ୍ଡିଜ୍‌ର ଗୁଏନାଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୯୪ ରନ୍‌ରେ ଇନିଂସ୍‌ ସାରିଥିଲାବେଳେ ରେକର୍ଡର ପାହାଡ଼ ତିଆରି କରିଛି। ଅଧିନାୟକ ହରମନ୍‌ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି ଯାହାକି ଭାରତୀୟ ମହିଳାଭାବେ ମଧ୍ୟ ପ୍ରଥମ। ଏତଦ୍‌ବ୍ୟତୀତ ଏହି ଶତକ ଅନ୍ତର୍ଜାତୀୟ ମହିଳା ବିଶ୍ୱକପ୍‌ରେ ତୃତୀୟ ଶତକ। ଏଥିପାଇଁ ସେ ମାତ୍ର ୫୧ଟି ବଲ୍‌ ଖେଳିଛନ୍ତି।

ଟସ୍‌ ଜିତି କୌର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇନିଂସ୍‌ ଆରମ୍ଭରୁ ତାନିଆ ଭାଟିଆ ଏବଂ ସ୍ମୃତି ମାନ୍ଧନାଙ୍କୁ ସଅଳ ହରାଇଥିଲା ଭାରତ। କିନ୍ତୁ ଜେମିମା ରୋଡିଗ୍ରସ୍‌ ଏବଂ ହମରମନ୍‌ ୧୩୪ ରନ୍‌ର ଭାଗିଦାରୀ ଖେଳିଥିଲେ। ଏହା ମଧ୍ୟ ମହିଳା ଟି୨୦ ବିଶ୍ୱକପ୍‌ରେ ସର୍ବାଧିକ ରେକର୍ଡ ହାସଲ କରିଛି।

ଅନ୍ୟପକ୍ଷରେ ଜେମିମା ଆଜିର ମ୍ୟାଚ୍‌ରେ ଏକ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି। ମାତ୍ର ୧୮ ବର୍ଷ ୬୫ ଦିନର ଜେମିମା ଏପରି ରେକର୍ଡ କରିବାରେ ସର୍ବକନିଷ୍ଠ ଭାରତୀୟ ଏବଂ ବିଶ୍ୱରେ ପଞ୍ଚମ।

ଶେଷ ଖବର ସୁଦ୍ଧା ୧୯୫ ରନ୍‌ର ଟାର୍ଗେଟ୍‌ ହାସଲ କରିବାକୁ ଯାଇ ନ୍ୟୁଜିଲ୍ୟାଣ୍ଡ ୧୩ ଓଭରରେ ୪ଟି ୱିକେଟ୍‌ ହରାଇ ୯୬ ରନ୍‌ କରିପାରିଛି। ଭାରତପକ୍ଷରୁ ଡି ହେମଲତା ଏବଂ ପୁନମ୍‌ ଯାଦବ ଉଭୟ ୨ଟି ଲେଖାଏ ୱିକେଟ୍‌ ନେଇଛନ୍ତି।
ହରମନ୍‌ପ୍ରୀତଙ୍କ ଏହି ଲଢ଼ୁଆ ଇନିଂସ୍‌ ପରେ ସମଗ୍ର ଦେଶରୁ ଶୁଭେଚ୍ଛା ଆସୁଛି।

Related story