ଆଇସିସି ବିଶ୍ୱକପ୍: ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ଟିମ୍ ପାଇଁ ମହଙ୍ଗା ପଡ଼ିଛି। ଅଷ୍ଟ୍ରେଲିଆର ଦୁଇ ଇନଫର୍ମ ଓପ୍ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ଶସ୍ତାରେ ପ୍ୟାଭିଲିୟନ୍ ଫେରିଛନ୍ତି। କ୍ୟାପଟେନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଛନ୍ତି । ସେ ଜୋଫ୍ରା ଆର୍ଚରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଛନ୍ତି। ସେହିପରି […]

achcer

Hemant Lenka
  • Published: Thursday, 11 July 2019
  • , Updated: 11 July 2019, 03:33 PM IST

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ଟିମ୍ ପାଇଁ ମହଙ୍ଗା ପଡ଼ିଛି। ଅଷ୍ଟ୍ରେଲିଆର ଦୁଇ ଇନଫର୍ମ ଓପ୍ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ଶସ୍ତାରେ ପ୍ୟାଭିଲିୟନ୍ ଫେରିଛନ୍ତି।

କ୍ୟାପଟେନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଛନ୍ତି । ସେ ଜୋଫ୍ରା ଆର୍ଚରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଛନ୍ତି। ସେହିପରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଟପ୍ ସ୍କୋରର ୱାର୍ଣ୍ଣର୍ ମାତ୍ର ୯ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଛନ୍ତି। ଦୁଇ ଓପ୍ନରଙ୍କ ଆଉଟ୍ ପରେ ଏବେ ସବୁ ଦାୟିତ୍ୱ ଷ୍ଟିଭେନ୍ ସ୍ମିଥ୍ ଓ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କ ଉପରକୁ ଚାଲିଆସିଥିଲା।

ଉସମାନ୍ ଖୱାଜାଙ୍କ ସ୍ଥାନରେ ଖେଳୁଥିବା ପିଟର୍ ହ୍ୟାଣ୍ଡସ୍କମ୍ବ୍ ନିରାଶ କରିଛନ୍ତି । ସେ ମାତ୍ର ୪ ରନ୍ କରି ଓକ୍ସଙ୍କ ବଲରେ ଆଉଟ୍ ହୋଇଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୧୫ ରନ୍ କରିଛି। ସ୍ମିଥ୍ ୧ ରନରେ ବ୍ୟାଟିଂ କରୁଛନ୍ତି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ତା'ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଉସମାନ୍ ଖୱାଜାଙ୍କ ସ୍ଥାନରେ ହ୍ୟାଣ୍ଡସ୍କମ୍ବ୍ ଖେଳୁଛନ୍ତି। ତେବେ ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

Related story