ନଟ୍ଟିଂହାମରେ ୱାର୍ଣ୍ଣରଙ୍କ ଏକାଧିକ ରେକର୍ଡ

ନଟ୍ଟିଂହାମ୍: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଓପ୍ନର ଡେଭିଡ୍ ୱାର୍ଣ୍ଣର ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ମ୍ୟାଚରେ ନିଜର ୧୬ତମ ଦିନିକିଆ ଶତକ ହାସଲ କରିଛନ୍ତି। ୱାର୍ଣ୍ଣର ମାତ୍ର ୧୧୦ ଇନିଂସରେ ୧୬ ଶତକ ମାରି ଭାରତର ବିରାଟ କୋହଲିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ୱାର୍ଣ୍ଣର ଏହି ମ୍ୟାଚରେ ୧୬୬ (୧୪୭ ବଲ୍, ୧୪ ଚୌକା, ୫ ଛକା) ରନର ମାରାଥନ୍ ଇନିଂସ୍ ଖେଳିଛନ୍ତି, ଯାହା ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ […]

warner1

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 08:47 PM IST

ନଟ୍ଟିଂହାମ୍: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଓପ୍ନର ଡେଭିଡ୍ ୱାର୍ଣ୍ଣର ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ମ୍ୟାଚରେ ନିଜର ୧୬ତମ ଦିନିକିଆ ଶତକ ହାସଲ କରିଛନ୍ତି। ୱାର୍ଣ୍ଣର ମାତ୍ର ୧୧୦ ଇନିଂସରେ ୧୬ ଶତକ ମାରି ଭାରତର ବିରାଟ କୋହଲିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି।

ୱାର୍ଣ୍ଣର ଏହି ମ୍ୟାଚରେ ୧୬୬ (୧୪୭ ବଲ୍, ୧୪ ଚୌକା, ୫ ଛକା) ରନର ମାରାଥନ୍ ଇନିଂସ୍ ଖେଳିଛନ୍ତି, ଯାହା ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ୧୬ତମ ଦିନିକିଆ ଶତକ ମାମଲାରେ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲା ଆଗରେ ଅଛନ୍ତି। ଆମଲା ମାତ୍ର ୯୪ ଇନିଂସରେ ଏହି କୀର୍ତ୍ତିମାନ କରିଥିଲେ।

ସେହିପରି ୱାର୍ଣ୍ଣର୍ ଦିନିକିଆ ଇତିହାସରେ ଷଷ୍ଠଥର ପାଇଁ ୧୫୦ରୁ ଊଦ୍ଧ୍ୱର୍ ରନ୍ କରି ଆଉ ଏକ ରେକର୍ଡ କରିଛନ୍ତି। ୱାର୍ଣ୍ଣର ବିଶ୍ୱର ପ୍ରଥମ ଖେଳାଳି ଭାବେ ୬ ଅଲଗା ଅଲଗା ଦେଶ ବିରୋଧରେ ୧୫୦ରୁ ଅଧିକ ରନ୍ କରିଛନ୍ତି।

ତେବେ ଦିନିକିଆ କ୍ରିକେଟରେ ୭ଥର ୧୫୦ରୁ ଅଧିକ ସ୍କୋର କରି ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଆଗରେ ଅଛନ୍ତି। କିନ୍ତୁ ୧୫୦ରୁ ଅଧିକ ରନ୍ କରିବା ମାମଲାରେ ୱାର୍ଣ୍ଣର୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନ ୫ଥର ୧୫୦ରୁ ଅଧିକ ରନର ଇନିଂସ୍ ଖେଳିଥିଲେ।

Related story