ବରଫ ଉପରେ ଖେଳ: ଝିଅମାନେ ଦେଖାଉଛନ୍ତି ଜଲ୍‌ୱା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଦାଖରେ ଆଇସ୍ ହକି ଓ ସ୍କେଟିଂର ମଜା। ଆଇସ୍ ହକି ଓ ସ୍କେଟିଂର ପ୍ରଚାର ପ୍ରସାର ପାଇଁ ଲଦାଖ ଓମେନ୍ ଆଇସ୍ ସ୍କେଟିଂ ଫାଉଣ୍ଡେସନ୍ ପକ୍ଷରୁ ୧୦୦ରୁ ଅଧିକ ଝିଅଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଉଛି। ବରଫ ଉପରେ ଚାଲିଛି ଏହି ଆଇସ୍ ହକି ଏବଂ ଆଇସ୍ ସ୍କେଟିଙ୍ଗ ପ୍ରଶିକ୍ଷଣ। ଭାଗ ନେଇଛନ୍ତି ଲଦାଖର ବିଭିନ୍ନ ଅଞ୍ଚଳର ୧୧୦ଜଣ ଝିଅ।  ଆଇସ୍ ହକି ଏବଂ ଆଇସ୍ ସ୍କେଟିଙ୍ଗକୁ ଅଧିକ ଲୋକପ୍ରିୟ କରିବା ଏବଂ ପ୍ରଚାର […]

ladakh-ice-hockey-lead

Ordigital Desk
  • Published: Sunday, 07 January 2018
  • , Updated: 07 January 2018, 08:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଦାଖରେ ଆଇସ୍ ହକି ଓ ସ୍କେଟିଂର ମଜା। ଆଇସ୍ ହକି ଓ ସ୍କେଟିଂର ପ୍ରଚାର ପ୍ରସାର ପାଇଁ ଲଦାଖ ଓମେନ୍ ଆଇସ୍ ସ୍କେଟିଂ ଫାଉଣ୍ଡେସନ୍ ପକ୍ଷରୁ ୧୦୦ରୁ ଅଧିକ ଝିଅଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଉଛି। ବରଫ ଉପରେ ଚାଲିଛି ଏହି ଆଇସ୍ ହକି ଏବଂ ଆଇସ୍ ସ୍କେଟିଙ୍ଗ ପ୍ରଶିକ୍ଷଣ। ଭାଗ ନେଇଛନ୍ତି ଲଦାଖର ବିଭିନ୍ନ ଅଞ୍ଚଳର ୧୧୦ଜଣ ଝିଅ।

 ଆଇସ୍ ହକି ଏବଂ ଆଇସ୍ ସ୍କେଟିଙ୍ଗକୁ ଅଧିକ ଲୋକପ୍ରିୟ କରିବା ଏବଂ ପ୍ରଚାର ପ୍ରସାର ପାଇଁ ଏଭଳି ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି ଲଦାଖ ଓମେନ୍ ଆଇସ୍ ହକି ଫାଉଣ୍ଡେସନ୍। ଝିଅମାନଙ୍କୁ ମାଗଣାରେ ଦିଆଯାଉଛି କୋଚିଂ।

ମାଗଣାରେ ଡ୍ରେସ୍ ମଧ୍ୟ ଦିଆଯାଇଛି, ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ଆଇସ୍ ସ୍କେଟିଙ୍ଗ ଚାମ୍ପିଅନ୍ସିପରେ କିଭଳି ଅଧିକରୁ ଅଧିକ ପିଲା ଭାରତରୁ ପ୍ରତିନିଧିତ୍ୱ କରିପାରିବେ, ତାହା ମୁଖ୍ୟ ଲକ୍ଷ୍ୟ ବୋଲି ଲଦାଖ ଓମେନ୍ ଆଇସ୍ ହକି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।

ଲଦାଖର ବିଭିନ୍ନ ଅଞ୍ଚଳରୁ ୧୧୦ଜଣ ଝିଅ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ନିଜ ନିଜର ଜଲୱା ଦେଖାଉଛନ୍ତି। ଭାଗ ନେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀ ଫାଉଣ୍ଡେସନର ଏହି ପ୍ରୟାସକୁ ସ୍ୱାଗତ କରିଛନ୍ତି। ଏହା ଜାତୀୟ ତଥା ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ପାଇଁ ଏକ ପ୍ଲାଟ୍‌ଫର୍ମ ବୋଲି କହିଛନ୍ତି।ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ଏହି ଆଇସ୍ ସ୍କେଟିଂ କୋଚିଂ ଜାନୁଆରୀ ୧୧ ତାରିଖରେ ସରିବ।

Related story