ରଶିଦ ଖାନ୍‌ଙ୍କୁ ଟାର୍ଗେଟ କରି ଅପଦସ୍ଥ ହେଲା ଆଇସଲ୍ୟାଣ୍ଡ କ୍ରିକେଟ ବୋର୍ଡ

ଲଣ୍ଡନ: ଆଫ୍‌ଗାନିସ୍ତାନର ଯୁବ ବୋଲର ରଶିଦ ଖାନ୍‌ ଗତକାଲି ଇଂଲଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ସବୁଠାରୁ ଅଧିକ ରନ୍‌ ବ୍ୟୟ କରିଥିବା ଖେଳାଳି ହେବାର ଅବାଞ୍ଛିତ ରେକର୍ଡର ଅଧିକାରୀ ହୋଇଥିଲେ। ରଶିଦ ୯ ଓଭର୍‌ରେ ୧୧୦ ରନ୍‌ ବ୍ୟୟ କରି କୌଣସି ୱିକେଟ୍‌ ପାଇ ନଥିଲେ। ପ୍ରଥମ ସ୍ପିନର ଭାବେ ଦିନିକିଆରେ ୧୦୦ରୁ ଅଧିକ ରନ୍‌ ବ୍ୟୟ କରିଥିବା ରେକର୍ଡ ମଧ୍ୟ ରଶିଦଙ୍କ ନାଁରେ ଯୋଡ଼ି ହୋଇଯାଇଛି। ତେବେ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ୩ ନମ୍ବର […]

e

Hemant Lenka
  • Published: Wednesday, 19 June 2019
  • , Updated: 19 June 2019, 04:13 PM IST

ଲଣ୍ଡନ: ଆଫ୍‌ଗାନିସ୍ତାନର ଯୁବ ବୋଲର ରଶିଦ ଖାନ୍‌ ଗତକାଲି ଇଂଲଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ସବୁଠାରୁ ଅଧିକ ରନ୍‌ ବ୍ୟୟ କରିଥିବା ଖେଳାଳି ହେବାର ଅବାଞ୍ଛିତ ରେକର୍ଡର ଅଧିକାରୀ ହୋଇଥିଲେ। ରଶିଦ ୯ ଓଭର୍‌ରେ ୧୧୦ ରନ୍‌ ବ୍ୟୟ କରି କୌଣସି ୱିକେଟ୍‌ ପାଇ ନଥିଲେ।

ପ୍ରଥମ ସ୍ପିନର ଭାବେ ଦିନିକିଆରେ ୧୦୦ରୁ ଅଧିକ ରନ୍‌ ବ୍ୟୟ କରିଥିବା ରେକର୍ଡ ମଧ୍ୟ ରଶିଦଙ୍କ ନାଁରେ ଯୋଡ଼ି ହୋଇଯାଇଛି। ତେବେ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ୩ ନମ୍ବର ସ୍ଥାନରେ ରଶିଦ ରହିଛନ୍ତି।

ଏହା ସତ୍ତ୍ୱେ ଗତକାଲିର ଏଭଳି ଘଟଣା ପରେ ଆଇସଲ୍ୟାଣ୍ଡର କ୍ରିକେଟ ବୋର୍ଡ ରଶିଦ ଖାନ୍‌ଙ୍କୁ ଅତ୍ୟନ୍ତ କଟୁ ଭାଷାରେ ସମାଲୋଚନା କରିଛି। ବୋର୍ଡ ଟ୍ୱିଟ୍‌ କରି କହିଛି ଯେ, “ଆମେ ଏବେ ଶୁଣିଲି ରଶିଦ ଖାନ୍‌ ଆଫ୍‌ଗାନିସ୍ତାନର ଏକମାତ୍ର ଖେଳାଳି ଯିଏ ୨୦୧୯ ବିଶ୍ୱକପ୍‌ରେ ପ୍ରଥମ ଶତକ ହାସଲ କରିଛନ୍ତି। ଓଃ, ସେ ୫୬ ବଲ୍‌ରେ ୧୧୦ କରିଛନ୍ତି ବୋଧେ। ଜଣେ ବୋଲର ବିଶ୍ୱକପ୍‌ରେ ଏତେ ରନ୍‌ ପ୍ରଥମ ଥର କରିଛନ୍ତି। ବଢ଼ିଆ ବ୍ୟାଟିଂ କଲ ଯୁବ ବ୍ୟାଟସ୍‌ମ୍ୟାନ୍‌।”

ତେବେ ଆଇସଲ୍ୟାଣ୍ଡ କ୍ରିକେଟ୍‌ ବୋର୍ଡର ଏଭଳି ଟ୍ୱିଟ୍‌କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଲୁକ୍‌ ରାଇଟ୍‌, ଷ୍ଟୁଆର୍ଟ ବୋର୍ଡ, ଜୋଫ୍ରା ଆର୍ଚରଙ୍କ ଭଳି ଇଂଲିଶ ଖେଳାଳିମାନେ ଆଇସଲ୍ୟାଣ୍ଡ କ୍ରିକେଟ ବୋର୍ଡକୁ ଟାର୍ଗେଟ କରିଛନ୍ତି। ଜଣଙ୍କୁ କେମିତି ସମ୍ମାନ ଦିଆଯାଏ, ସେକଥା ଆଇସଲ୍ୟାଣ୍ଡ କ୍ରିକେଟ ଜାଣିନାହିଁ ବୋଲି ସେମାନେ କହିଛନ୍ତି।

Related story