ମହିଳା ଟି-୨୦ ବିଶ୍ୱକପ୍‌: ବର୍ଷା ହେଲେ ଭାରତର ଫାଇନାଲ୍ ଟିକେଟ୍ ପକ୍କା

ସିଡନୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଇସିସି ଟି-୨୦ ମହିଳା ବିଶ୍ୱକପର ସେମିଫାଇନାଲ୍ ମ୍ୟାଚ୍ ଗୁରୁବାର ଖେଳାଯିବ, କିନ୍ତୁ ଏହି ମ୍ୟାଚ୍ ଉପରେ ଏବେ ଖରାପ ପାଗର ସାୟା ଦେଖା ଦେଇଛି। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ସାଢ଼େ ୯ଟା ବେଳେ ଆରମ୍ଭ ହେବ। ତେବେ ଏହି ମ୍ୟାଚର ମଜାକୁ ବର୍ଷା ଫିକା କରିପାରେ। ଯଦି ବର୍ଷା କିମ୍ବା ଖରାପ ପାଗ ଯୋଗୁ ମ୍ୟାଚ୍ ବାତିଲ୍ ହୁଏ, ତାହେଲେ ଫଳାଫଳ ଭାରତ ସପକ୍ଷରେ ଯିବ। […]

t20

Ranjit Kumar Jena
  • Published: Wednesday, 04 March 2020
  • , Updated: 04 March 2020, 08:44 PM IST

ସିଡନୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଇସିସି ଟି-୨୦ ମହିଳା ବିଶ୍ୱକପର ସେମିଫାଇନାଲ୍ ମ୍ୟାଚ୍ ଗୁରୁବାର ଖେଳାଯିବ, କିନ୍ତୁ ଏହି ମ୍ୟାଚ୍ ଉପରେ ଏବେ ଖରାପ ପାଗର ସାୟା ଦେଖା ଦେଇଛି। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ସାଢ଼େ ୯ଟା ବେଳେ ଆରମ୍ଭ ହେବ। ତେବେ ଏହି ମ୍ୟାଚର ମଜାକୁ ବର୍ଷା ଫିକା କରିପାରେ।

ଯଦି ବର୍ଷା କିମ୍ବା ଖରାପ ପାଗ ଯୋଗୁ ମ୍ୟାଚ୍ ବାତିଲ୍ ହୁଏ, ତାହେଲେ ଫଳାଫଳ ଭାରତ ସପକ୍ଷରେ ଯିବ। ଅର୍ଥାତ୍ ଭାରତ ବିନା ମ୍ୟାଚ୍ ଖେଳି ସିଧାସଳଖ ଫାଇନାଲ୍ ଟିକେଟ୍ କାଟିବ। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ତା'ର ସବୁଯାକ ମ୍ୟାଚ୍ ଜିତି ତାଲିକାର ଶୀର୍ଷରେ ଥିଲା ଏବଂ ଏହି କାରଣରୁ ଟିମ୍ ଫାଇନାଲରେ ପହଞ୍ଚିଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ମଧ୍ୟ ବର୍ଷା ବାଧା ଦେବାର ସମ୍ଭବନା ରହିଛି।

ଯଦି ଏହି ମ୍ୟାଚକୁ ବି ବର୍ଷା ଧୋଇ ଦିଏ, ତାହେଲେ ଗ୍ରୁପ୍‌-ବି'ରେ ଶୀର୍ଷରେ ଥିବା ଦକ୍ଷିଣ ଆଫ୍ରିକା ଫାଇନାଲକୁ ଉନ୍ନୀତ ହେବ ଏବଂ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହୋଇଯିବ। ତେବେ କ୍ରିକେଟ୍ ଅଷ୍ଟ୍ରେଲିଆର (ସିଏ)ର ସିଇଓ କେଭିନ୍ ରବର୍ଟ୍ସ ଉଭୟ ସେମିଫାଇନାଲ୍ ପାଇଁ ରିଜର୍ଭ ଡେ' ରଖିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲେ । କିନ୍ତୁ ଆଇସିସି ରିଜର୍ଭ ଡେ' ନରଖିବାକୁ ନିଷ୍ପତ୍ତି ନେଇଛି।

Related story