ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍ ଜିତିବା ଭାରତ ପାଇଁ ଶୁଭ ହୋଇଥାଏ, ତା’ହେଲେ ଏଥର ବି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକାକୁ ହରାଇ ନିଜର ଦମ୍ ଦେଖାଇଛି। କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡର ‘ଦି ରୋଜ ବାଉଲ’ ଷ୍ଟାଡିୟମରେ ୬ ଓ୍ୱିକେଟରେ ହରାଇଛି। ଏବେ ଏହି ମ୍ୟାଚରେ ବିଜୟୀ ହେବା ବିଭିନ୍ନ ଦୃଷ୍ଟିକୋଣରୁ ଭାରତ ପାଇଁ ଶୁଭଙ୍କର ବୋଲି କ୍ରିକେଟ ପଣ୍ଡିତମାନେ ଆକଳନ କରିଛନ୍ତି। କାରଣ ୧୯୮୩, ୧୯୯୬, ୨୦୦୩, ୨୦୧୧ ଏବଂ ୨୦୧୫ ବିଶ୍ୱକପର ପ୍ରଥମ ମ୍ୟାଚର ସଂଯୋଗ […]

VIRAT KOHLI

VIRAT KOHLI

Subhransu Sekhar
  • Published: Friday, 07 June 2019
  • Updated: 07 June 2019, 01:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକାକୁ ହରାଇ ନିଜର ଦମ୍ ଦେଖାଇଛି। କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡର ‘ଦି ରୋଜ ବାଉଲ’ ଷ୍ଟାଡିୟମରେ ୬ ଓ୍ୱିକେଟରେ ହରାଇଛି। ଏବେ ଏହି ମ୍ୟାଚରେ ବିଜୟୀ ହେବା ବିଭିନ୍ନ ଦୃଷ୍ଟିକୋଣରୁ ଭାରତ ପାଇଁ ଶୁଭଙ୍କର ବୋଲି କ୍ରିକେଟ ପଣ୍ଡିତମାନେ ଆକଳନ କରିଛନ୍ତି। କାରଣ ୧୯୮୩, ୧୯୯୬, ୨୦୦୩, ୨୦୧୧ ଏବଂ ୨୦୧୫ ବିଶ୍ୱକପର ପ୍ରଥମ ମ୍ୟାଚର ସଂଯୋଗ ଏଥର ମଧ୍ୟ ଭାରତ ଦୋହରାଇଛି।

୧୯୮୩ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଖେଳିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରତିପକ୍ଷ ଟିମକୁ ୩୪ ରନରେ ହରାଇଥିଲା ଭାରତ। ଏହାପରେ ଭଲ ପ୍ରଦର୍ଶନ ଜାରି ରଖି ୧୯୮୩ ମସିହା ବିଶ୍ୱକପ ଜିତିଥିଲା ଭାରତ। ସେହିପରି ୨୦୧୧ରେ ମଧ୍ୟ ଭାରତ ଦ୍ୱିତୀୟ ଥର ବିଶ୍ୱକପ ବିଜେତା ହୋଇଥିଲା। ଏମ୍ ଏସ୍ ଧୋନୀଙ୍କ ନେତୃତ୍ୱରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୮୭ ରନରେ ହରାଇଥିଲା। ଏବଂ ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ ଜାରି ରଖିବାରୁ ବିଶ୍ୱକପ ଜିତିଥିଲା ଭାରତ। ଅର୍ଥାତ୍ ଭାରତ ଯେବେ ବି ବିଶ୍ୱକପରେ ପ୍ରଥମ ମ୍ୟାଚ ଜିତିଥାଏ ତା'ହେଲେ ସମ୍ପୂର୍ଣ୍ଣ ସିରିଜରେ ଭଲ ପ୍ରଦର୍ଶନ କରିଥାଏ ।

ଏହା ବ୍ୟତୀତ ୧୯୯୬, ୨୦୦୩, ୨୦୧୫ ବିଶ୍ୱକପରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା। ୧୯୯୬ରେ ଭାରତ ସେମି ଫାଇନାଲ ଯାଏ ଯାଇଥିଲା। ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଦଳ ଫାଇନାଲ ଯାଏ ଯାଇଥିଲା। ଏବଂ ଅଷ୍ଟ୍ରେଲିଆ ପାଖରୁ ହାରି ଉପ ବିଜେତା ହୋଇଥିଲା। ସେହିପରି ୨୦୧୫ରେ ବିରାଟଙ୍କ ନେତୃତ୍ୱରେ ସେମିଫାଇନାଲ ପହଞ୍ଚିଥିଲା ଭାରତ। ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୭୬ ରନରେ ହରାଇଥିଲା।  ତେଣୁ ମୋଟାମୋଟି କହିବାକୁ ଗଲେ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ ଜିତିବା ଶୁଭଙ୍କର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos