ରିଓ ଅଲିମ୍ପିକ୍‌: ଜାପାନ ସହ ୨-୨ରେ ମ୍ୟାଚ୍‌ ଡ୍ର ରଖିଲା ଭାରତୀୟ ମହିଳା ଦଳ

ରିଓ ଡି ଜେନେରିଓ: ଡ୍ର’ରୁ ରିଓ ଅଲିମ୍ପିକ୍‌ ଯାତ୍ରା ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ। ଆଜି ଖେଳା ଯାଇଥିବା ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌କୁ ଦଳ ଜାପାନ ମ୍ୟାଚ୍‌ ସହ ୨-୨ରେ ଡ୍ର ରଖିଛି। ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଜାପାନ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ଇମି ନିଶିକୋରୀ। ଏହାପରେ ମେଇ ନାକାଶିମା ୨୮ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇଥିଲେ। ଜାପନ ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ୨-୦ରେ ଆଗୁଆ ଥିଲା। ତୃତୀୟାର୍ଦ୍ଧରେ ଭାରତ ପକ୍ଷରୁ ରାଣୀ […]

ind-japn-match-drew

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 10:06 PM IST

ରିଓ ଡି ଜେନେରିଓ: ଡ୍ର’ରୁ ରିଓ ଅଲିମ୍ପିକ୍‌ ଯାତ୍ରା ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ। ଆଜି ଖେଳା ଯାଇଥିବା ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌କୁ ଦଳ ଜାପାନ ମ୍ୟାଚ୍‌ ସହ ୨-୨ରେ ଡ୍ର ରଖିଛି।

ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଜାପାନ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ଇମି ନିଶିକୋରୀ। ଏହାପରେ ମେଇ ନାକାଶିମା ୨୮ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇଥିଲେ। ଜାପନ ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ୨-୦ରେ ଆଗୁଆ ଥିଲା।

ତୃତୀୟାର୍ଦ୍ଧରେ ଭାରତ ପକ୍ଷରୁ ରାଣୀ ୩୧ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲେ। ଓଡ଼ିଶା ଝିଅ ଲିଲିମା ମିଞ୍ଜ ୪୦ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇ ସ୍ଥିତି ୨-୨କୁ ନେଇ ଆସିଥିଲେ। ୫୮ ମିନିଟ୍‌ରେ ଭାରତର ସବିତା ପାଇଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ।

ଲିଗ୍‌ର ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ବ୍ରିଟେନ୍‌କୁ ଭେଟିବ।

Related story