କଟକ (ଓଡ଼ିଶା ରିପୋର୍ଟର): ଚଳିତ ସପ୍ତାହରେ ବିଶାଖାପାଟଣାର ୧୫୯ ରନର ରେକର୍ଡ ବ୍ରେକିଂ ଇନିଂସ୍ ଖେଳିଥିବା ରୋହିତ୍ ଶର୍ମା ବାରବାଟୀରେ ଆଉ ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି। ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ରୋହିତଙ୍କ ପାଖରେ ଶ୍ରୀଲଙ୍କାର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସନତ ଜୟସୂରିୟାଙ୍କ ୨୨ ବର୍ଷ ତଳର ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି।
ଆସନ୍ତାକାଲି ରୋହିତ୍ ଯଦି ୯ ରନ୍ କରନ୍ତି, ତାହେଲେ ସେ ଜୟସୂରିୟାଙ୍କ ରେକର୍ଡ ଭାଙ୍ଗି ଦେବେ। ଚଳିତ ବର୍ଷ ତିନୋଟି ଫର୍ମାଟରେ ରୋହିତ୍ ଚମତ୍କାର ବ୍ୟାଟିଂ କରିଛନ୍ତି। ଦିନିକିଆ ଓ ଟି-୨୦ରେ କମାଲ୍ କରିଥିବା ରୋହିତ ଏଥର ଟେଷ୍ଟରେ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି। ୨୦୧୯ରେ ରୋହିତ୍ ଏପର୍ଯ୍ୟନ୍ତ ୨୩୭୯ ରନ୍ କରିଛନ୍ତି।
୨୨ ତଳେ ଅର୍ଥାତ୍ ୧୯୯୭ରେ ଜୟସୂରିୟା ୨୩୮୭ ରନ୍ କରିଥିଲେ। ୮ ରନ୍ କରିବା ମାତ୍ରକେ ରୋହିତ୍ ଜୟସୂରିୟାଙ୍କ ସମକକ୍ଷ ହେବେ। ଚଳିତ ବର୍ଷ ରୋହିତ୍ ଦିନିକିଆରେ ୧୪୨୭ ରନ୍, ଟି-୨୦ରେ ୩୯୬ ରନ୍ ଏବଂ ଟେଷ୍ଟରେ ୫୫୬ ରନ୍ କରିଛନ୍ତି।