ତୃତୀୟ ଦିନ ସୁଦ୍ଧା ଭାରତର ୨୦ ପଦକ: ତାଲିକାରେ ଭାରତ ପ୍ରଥମ, ଚୀନ ଦ୍ୱିତୀୟ ଓ ଇରାନ ତୃତୀୟ ସ୍ଥାନରେ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌  ଚାମ୍ପିୟନସିପ୍‌ର ତୃତୀୟ ଦିନରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ପାଇଛି। ଏହା ସହ ଭାରତର  ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ପଦକ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଭାରତ ପଛକୁ ଚୀନ ୧୫ ପଦକ ସହ ଦ୍ୱିତୀୟ ଓ ୫ ପଦକ ସହ […]

sd

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 10:55 PM IST

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌  ଚାମ୍ପିୟନସିପ୍‌ର ତୃତୀୟ ଦିନରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ପାଇଛି। ଏହା ସହ ଭାରତର  ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ପଦକ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଭାରତ ପଛକୁ ଚୀନ ୧୫ ପଦକ ସହ ଦ୍ୱିତୀୟ ଓ ୫ ପଦକ ସହ ଇରାନ ତୃତୀୟ ସ୍ଥାନରେ ରହିଛି। ଭାରତ ଆଜି ମହିଳା ୪୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ପାଇଛି। ଯେଉଁଥିରେ ଦୁଇଜଣ ଓଡିଆ ଆଥଲେଟ୍‌ ଦୂତୀ ଓ ଶ୍ରାବଣୀ ଏହି ରିଲେ ଦଳରେ ଅଂଶଗ୍ରହଣ କରି ଭାରତକୁ ପଦକ ଦେଇଛନ୍ତି।

Related story