ଭାରତକୁ ଡୋପ୍‌ ଝଟକା: ଡୋପ ଟେଷ୍ଟରେ ସଟ୍‌ପୁଟର ଇନ୍ଦରଜିତ ବିଫଳ

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ଆଉ ୧୦ ଦିନ ବାକି ଥିବା ବେଳେ ଭାରତକୁ ଲାଗିଛି ଆଉ ଏକ ଡୋପ୍‌ ଝଟକା। କୁସ୍ତିଯୋଦ୍ଧା ନରସିଂହ ଯାଦବ ରବିବାର ଦିନ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ଆଜି ବିଫଳ ହୋଇଛନ୍ତି ସଟପୁଟର ଇନ୍ଦ୍ରଜିତ ସିଂହ। ସେ ନିଷିଦ୍ଧ ଥିବା କିଛି ଷ୍ଟେରଏଡ ଗ୍ରହଣ କରିଛନ୍ତି। ‘ଏ’ ନମୂନାରେ ପଜିଟିଭ ଆସିବା ପରେ ଏହା ପଦାକୁ ଆସିଛି। ୨୮ ବର୍ଷୀୟ ଏହି […]

inderjeetpti-m

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 05:57 PM IST

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ଆଉ ୧୦ ଦିନ ବାକି ଥିବା ବେଳେ ଭାରତକୁ ଲାଗିଛି ଆଉ ଏକ ଡୋପ୍‌ ଝଟକା। କୁସ୍ତିଯୋଦ୍ଧା ନରସିଂହ ଯାଦବ ରବିବାର ଦିନ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ଆଜି ବିଫଳ ହୋଇଛନ୍ତି ସଟପୁଟର ଇନ୍ଦ୍ରଜିତ ସିଂହ। ସେ ନିଷିଦ୍ଧ ଥିବା କିଛି ଷ୍ଟେରଏଡ ଗ୍ରହଣ କରିଛନ୍ତି। ‘ଏ’ ନମୂନାରେ ପଜିଟିଭ ଆସିବା ପରେ ଏହା ପଦାକୁ ଆସିଛି।

୨୮ ବର୍ଷୀୟ ଏହି ସଟ୍‌ ପୁଟରଙ୍କ ନମୂନାରେ ଆଣ୍ଡ୍ରୋଷ୍ଟ୍ରେନୋ ଓ ଇଥିଓଚିଲାନୋଲାନୋ ନାମକ ଷ୍ଟେରଏଡ ରହିଛି।

ଜୁନ ୨୨ରେ ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ହୋଇଥିବା ଡୋପ୍‌ ଟେଷ୍ଟରେ ଇନ୍ଦରଜିତ ବିଫଳ ହୋଇଥିବା ସୂଚନା ମିଳିଛି।

ନାଡାର ସାଧାରଣ ନିର୍ଦ୍ଦେଶକ ନବୀନ ଅଗ୍ରୱାଲ କହିଛନ୍ତି,“ ଇନ୍ଦ୍ରଜିତଙ୍କ ‘ଏ’ ପଜିଟିଭ୍‌ ରହିଛି କିନ୍ତୁ ‘ବି’ ରିପୋର୍ଟକୁ ଆପେକ୍ଷା କରାଯାଇଛି। ଯଦି ସେ ଏଥିରେ ଅସନ୍ତୋଷ ପ୍ରକାଶ କରନ୍ତି ତେବେ ସେ ‘ବି’ ନମୂନା ଆସିବା ପାଇଁ ଏକ ସପ୍ତାହ ଅପେକ୍ଷା କରିବେ। ସେହି ରିପୋର୍ଟ ହସ୍ତଗତ ହେଲେ ସେ ନିଷିଦ୍ଧ ଥିବା ତରଳ ପଦାର୍ଥ ନେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ। ‘ବି’ନମୂନା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

Related story