ସାଉଥ୍ ଏସିଆନ୍ ଗେମ୍ସରେ ରେକର୍ଡ ସଂଖ୍ୟକ ପଦକ ଜିତିଲା ଭାରତ

କାଠମାଣ୍ଡୁ (ନେପାଳ): ନେପାଳରେ ଚାଲିଥିବା ୧୩ଶ ସାଉଥ୍ ଏସିଆନ୍ ଗେମ୍ସ ମଙ୍ଗଳବାର ଉଦଯାପିତ ହୋଇଛି। ଭାରତ ପୁଣିଥରେ ଦବଦବା କାଏମ ରଖି ଏହି ଗେମ୍ସର ପଦକ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି। ଭାରତ ଚଳିତ ସଂସ୍କରଣରେ ୩୧୨ ପଦକ ଜିତି ସର୍ବକାଳୀନ ରେକର୍ଡ ସ୍ଥାପନ କରିଛି। ଭାରତ ଏଥର ୧୭୨ ସ୍ୱର୍ଣ୍ଣ, ୯୩ ରୌପ୍ୟ ଏବଂ ୪୫ ବ୍ରୋଞ୍ଜ ପଦକ ଜିତିଛି। ଏହି ସଫଳତା ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଭାରତକୁ ଅଭିନନ୍ଦନ ଜଣାଇଛି। […]

india-in-south-asian-games

india-in-south-asian-games

Ranjit Kumar Jena
  • Published: Tuesday, 10 December 2019
  • Updated: 10 December 2019, 09:27 PM IST

Sports

Latest News

କାଠମାଣ୍ଡୁ (ନେପାଳ): ନେପାଳରେ ଚାଲିଥିବା ୧୩ଶ ସାଉଥ୍ ଏସିଆନ୍ ଗେମ୍ସ ମଙ୍ଗଳବାର ଉଦଯାପିତ ହୋଇଛି। ଭାରତ ପୁଣିଥରେ ଦବଦବା କାଏମ ରଖି ଏହି ଗେମ୍ସର ପଦକ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି। ଭାରତ ଚଳିତ ସଂସ୍କରଣରେ ୩୧୨ ପଦକ ଜିତି ସର୍ବକାଳୀନ ରେକର୍ଡ ସ୍ଥାପନ କରିଛି।

ଭାରତ ଏଥର ୧୭୨ ସ୍ୱର୍ଣ୍ଣ, ୯୩ ରୌପ୍ୟ ଏବଂ ୪୫ ବ୍ରୋଞ୍ଜ ପଦକ ଜିତିଛି। ଏହି ସଫଳତା ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଭାରତକୁ ଅଭିନନ୍ଦନ ଜଣାଇଛି। ଏହା ପୂର୍ବରୁ ଭାରତ ୨୦୧୬ ସଂସ୍କରଣରେ ୩୦୯ ପଦକ ଜିତିଥିଲା। କିନ୍ତୁ ଭାରତ ୨୦୧୬ରେ ୧୮୯ ସ୍ୱର୍ଣ୍ଣ ପଦକ ଜିତିଥିଲା, ଯାହା ଏକ ରେକର୍ଡ। କିନ୍ତୁ ଏଥର ଭାରତ ଏହି ରେକର୍ଡକୁ ଭାଙ୍ଗିପାରିଲା ନାହିଁ।

ଚଳିତ ସଂସ୍କରଣରେ ଭାରତ ପରକୁ ନେପାଳ ୨୦୬ (୫୧ ସ୍ୱର୍ଣ୍ଣ, ୬୦ ରୌପ୍ୟ, ୯୫ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ, ଶ୍ରୀଲଙ୍କା ୨୫୧ (୪୦ ସ୍ୱର୍ଣ୍ଣ, ୮୩ ରୌପ୍ୟ, ୧୨୮ ବ୍ରୋଞ୍ଜ) ପଦକ ସହ ତୃତୀୟ, ପାକିସ୍ତାନ ୧୩୧ (୩୧ ସ୍ୱର୍ଣ୍ଣ, ୪୧ ରୌପ୍ୟ, ୫୯ ବ୍ରୋଞ୍ଜ) ପଦକ ସହ ଚତୁର୍ଥ, ବାଂଲାଦେଶ ୧୩୮ (୧୯ ସ୍ୱର୍ଣ୍ଣ, ୩୨ ରୌପ୍ୟ, ୮୭ ବ୍ରୋଞ୍ଜ) ପଦକ ସହ ପଞ୍ଚମ, ମାଲଦ୍ୱୀପ ୫ (୧ ସ୍ୱର୍ଣ୍ଣ, ୪ ବ୍ରୋଞ୍ଜ) ସହ ଷଷ୍ଠ ଏବଂ ଭୂଟାନ ୨୦ (୭ ରୌପ୍ୟ, ୧୩ ବ୍ରୋଞ୍ଜ) ପଦକ ସହ ଅନ୍ତିମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos