ଆଫଗାନିସ୍ତାନ ଭାରତରେ ଖେଳିବ ପ୍ରଥମ ଟେଷ୍ଟ: ଜାଣନ୍ତୁ କେଉଁ ଷ୍ଟାଡ଼ିୟମରେ ଖେଳାଯିବ ଏହି ଐତିହାସିକ ମ୍ୟାଚ୍‌

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ଇତିହାସରେ ପ୍ରଥମ ଟେଷ୍ଟ ଖେଳିବାକୁ ଯାଉଛି ଆଫଗାନିସ୍ତାନ। ଭାରତ ବିପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବାଙ୍ଗାଲୋର ଠାରେ ଖେଳିବାକୁ ଯାଉଛି। ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଏହି ଐତିହାସିକ ମ୍ୟାଚ୍‌ ଖେଳାଯିବ। ବିସିସିଆଇ ଓ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ସହ ଆଲୋଚନା ପରେ ଆଜି ନିଷ୍ପତ୍ତି ନିଆଯାଇଛି। ଜୁନ ୧୪ରୁ ଜୁନ ୧୮ ପର୍ଯ୍ୟନ୍ତ ଏହି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଫଗାନିସ୍ତାନ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିବା ଏକ ବଡ଼ […]

sss

Rakesh Mallick
  • Published: Wednesday, 17 January 2018
  • , Updated: 17 January 2018, 02:09 PM IST

 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ଇତିହାସରେ ପ୍ରଥମ ଟେଷ୍ଟ ଖେଳିବାକୁ ଯାଉଛି ଆଫଗାନିସ୍ତାନ। ଭାରତ ବିପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବାଙ୍ଗାଲୋର ଠାରେ ଖେଳିବାକୁ ଯାଉଛି। ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଏହି ଐତିହାସିକ ମ୍ୟାଚ୍‌ ଖେଳାଯିବ। ବିସିସିଆଇ ଓ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ସହ ଆଲୋଚନା ପରେ ଆଜି ନିଷ୍ପତ୍ତି ନିଆଯାଇଛି। ଜୁନ ୧୪ରୁ ଜୁନ ୧୮ ପର୍ଯ୍ୟନ୍ତ ଏହି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଫଗାନିସ୍ତାନ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିବା ଏକ ବଡ଼ ଉପଲବ୍ଧି।

 

ବିସିସିଆଇ ପକ୍ଷରୁ ସୂଚନା ମିଳିଛି ଏହି ଐତିହାସିକ ଟେଷ୍ଟ ମ୍ୟାଚ୍ ପାଇଁ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ସର୍ବଶ୍ରେଷ୍ଠ ସ୍ଥାନ। ଜୁନ ମାସରେ ଦେଶରେ ପ୍ରାୟ ଅଧିକାଂଶ ସ୍ଥାନରେ ବର୍ଷା ହେଉଥାଏ। ତେଣୁ ବାଙ୍ଗାଲୋର ଠାରେ ଅଧିକ ବର୍ଷା ସମ୍ଭାବନା ନ ଥିବାରୁ ଏଠାରେ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର କରାଯାଇଛି। ଆଇପିଏଲ ଶେଷ ହେବାର ୧୫ ଦିନ ପରେ ଏହି ମ୍ୟାଚ୍‌ ଖେଳାଯିବ।

ଆଫଗାନିସ୍ତାନ ପ୍ରଥମ ଟେଷ୍ଟ ଭାରତ ସହ ଖେଳିବାକୁ ଯାଉଥିବାରୁ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଦୀର୍ଘବର୍ଷ ଧରି ବିସିସିଆଇ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡକୁ ଆଇସିସି ନିକଟରେ ସମର୍ଥନ କରିଆସୁଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ପୂର୍ବ ଆଇପିଏଲରେ ଆଫଗାନିସ୍ତାନ ଖେଳାଳି ରସିଦ ଖାନ ଓ  ମହମଦ୍‌ ନବୀ ସ୍ଥାନ ପାଇଥିବା ବେଳେ ୨୦୧୮ ଆଇପିଏଲ୍‌ ପାଇଁ ୧୩ଜଣ ଆଫଗାନିସ୍ତାନ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିବାକୁ ନାଁ ରେଜିଷ୍ଟର କରିଛନ୍ତି।

Related story