ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍‌

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍‌କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ୍ ନିରୀକ୍ଷଣ କରାଯାଇଥିଲା। ଯାଞ୍ଚ ପରେ ଦେଖାଗଲେ […]

stadium1

stadium1

Jitendra Garnayak
  • Published: Wednesday, 10 July 2019
  • Updated: 10 July 2019, 07:25 AM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍‌କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।

ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ୍ ନିରୀକ୍ଷଣ କରାଯାଇଥିଲା। ଯାଞ୍ଚ ପରେ ଦେଖାଗଲେ ଗ୍ରାଉଣ୍ଡ୍‌ ଖେଳିବା ଉପଯୋଗୀ ହୋଇ ନଥିଲା। ସେଥିପାଇଁ ମ୍ୟାଚ୍‌କୁ ବାତିଲ୍ କରାଯାଇଥିଲା। ଏହା ସହିତ ମ୍ୟାଚ୍‌କୁ ରିଜର୍ଭ ଡେ’କୁ ଅର୍ଥାତ୍ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଗତକାଲି ମ୍ୟାଚ୍ ଯେଉଁଠି ଅଟକି ଥିଲା, ଆଜି ସେହିଠାରୁ ହିଁ ଆରମ୍ଭ ହେବ। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ଆଜି ପୂରା ୫୦ ଓଭର୍ ବ୍ୟାଟିଂ କରିବ ଏବଂ ଭାରତ ଆଗରେ ବିଜୟ ପାଇଁ ଟାର୍ଗେଟ୍ ରଖିବ।

ଆଜି ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଖେଳ ଆରମ୍ଭ ହେବ। ଗତକାଲି ଯେଉଁମାନେ ଟିକେଟ୍ କରି ଖେଳ ଦେଖିବାକୁ ଷ୍ଟାଡିୟମ୍‌କୁ ଆସିଥିଲେ, ସେମାନେ ଆଜି ସେହି ଟିକେଟ୍ ନେଇ ଖେଳ ଦେଖିବାକୁ ଆସିବେ।

ଯଦି ଆଜି ପୁଣି ବର୍ଷା ବାଧା ସାଜିବ, ତା’ହେଲେ ଡକ୍‌ୱର୍ଥ/ଲୁଇସ୍ ନିୟମର ଉପଯୋଗ କରାଯିବ। ଆଉ ପୂରା ଦିନ ଖେଳ ହୋଇ ନପାରିଲେ ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମି ଫାଇନାଲ୍‌କୁ ଯାଇଥିବାରୁ ଫାଇନାଲ୍‌ରେ ପ୍ରବେଶ କରିବ।

ଗତକାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମଧ୍ୟକ୍ରମରେ କ୍ୟାପ୍‌ଟେନ୍‌ କେନ୍ ୱିଲିୟମସନ୍ (୬୭) ଓ ରସ୍ ଟେଲର୍ (୬୭*) ଲଢ଼ୁଆ ବ୍ୟାଟିଂ କରି ଟିମ୍‌ର ସମ୍ମାନ ରକ୍ଷା କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୫ ରନର ମୂଲ୍ୟବାନ ଭାଗୀଦାରୀ କରିଥିଲେ।

ୱିଲିୟମ୍‌ସନ୍‌ ୬୭ (୯୫ ବଲ୍, ୬ ଚୌକା) ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗପ୍ଟିଲ୍ (୧) ପୁଣି ଥରେ ନିରାଶ କରିଥିବା ବେଳେ ହେନରୀ ନିକୋଲ୍ସ (୨୮) ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଲୋୟର ମିଡିଲ୍ ଅର୍ଡରରେ ଜେମ୍ସ ନିଶାମ୍ (୧୨) ଓ କଲିନ୍ ଡି’ଗ୍ରାଣ୍ଡହୋମ୍ (୧୬) ଫେଲ୍ ମାରିଥିଲେ।

ଟେଲର୍ ୬୭ (୮୫ ବଲ୍, ୩ ଚୌକା, ୧ ଛକା) ଓ ଲାଥାମ ୩ ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story