ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ: ଗ୍ୟାଲେରୀରେ ବସିବେ ୨୫ହଜାର ଦର୍ଶକ!

ମେଲବର୍ଣ୍ଣ: କରୋନା ମହାମାରୀ ଭିତରେ ଟିମ୍ ଇଣ୍ଡିଆ ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ କରିବ, ଯେଉଁଠାରେ ବିରାଟବାହିନୀ ଦିନିକିଆ, ଟି-୨୦ ଏବଂ ଟେଷ୍ଟ ସିରିଜ୍ ଖେଳିବ। ତେବେ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମସିଜି)ରେ ହେବାକୁଥିବା ବକ୍ସିଂ ଡେ’ ଟେଷ୍ଟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ମିଳିବା ନେଇ ସରକାର ତରଫରୁ ସୂଚନା ମିଳିଛି। We […]

boxing-day

boxing-day

Ranjit Kumar Jena
  • Published: Wednesday, 28 October 2020
  • Updated: 28 October 2020, 02:44 PM IST

Sports

Latest News

ମେଲବର୍ଣ୍ଣ: କରୋନା ମହାମାରୀ ଭିତରେ ଟିମ୍ ଇଣ୍ଡିଆ ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ କରିବ, ଯେଉଁଠାରେ ବିରାଟବାହିନୀ ଦିନିକିଆ, ଟି-୨୦ ଏବଂ ଟେଷ୍ଟ ସିରିଜ୍ ଖେଳିବ। ତେବେ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମସିଜି)ରେ ହେବାକୁଥିବା ବକ୍ସିଂ ଡେ' ଟେଷ୍ଟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ମିଳିବା ନେଇ ସରକାର ତରଫରୁ ସୂଚନା ମିଳିଛି।

https://twitter.com/CricketAus/status/1321332203176054784?s=20

ମେଲବର୍ଣ୍ଣ ହେଉଛି ଅଷ୍ଟ୍ରେଲିଆ ଦ୍ୱିତୀୟ ଜନସଂଖ୍ୟା ବହୁଳ ସହର, ଯେଉଁଠାରେ ବୁଧବାରଠାରୁ ଲକଡାଉନ୍ କଟକଣା ହଟାଯାଇଛି। ଯେହେତୁ ସେଠାରେ ଏବେ ଲକଡାଉନ୍ ଉଠିସାରିଛି, ତେଣୁ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ତଥା ବକ୍ସିଂ ଡେ' ଟେଷ୍ଟରେ ଷ୍ଟାଡିୟମକୁ ଦର୍ଶକ ଆସିବେ। ଏ ନେଇ ଭିକ୍ଟୋରିଆ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ମାର୍ଟିନ୍ ପାକୁଲା କହିଛନ୍ତି, ଅଷ୍ଟ୍ରେଲିଆ ସରକାର ଓ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ୧ଲକ୍ଷ କ୍ଷମତା ବିଶିଷ୍ଟ ଏମସିଜିରେ ଏକଚତୁର୍ଥାଂଶ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ଦେବା ନେଇ ଯୋଜନା କରୁଛନ୍ତି। ଅର୍ଥାତ୍ ଏମସିଜିରେ ସାମାଜିକ ଦୂରତା ସହ ୨୫ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ।

ପାକୁଲା ଆହୁରି କହିଛନ୍ତି, ବକ୍ସିଂ ଡେ' ଟେଷ୍ଟକୁ ଦେଢ଼ ମାସରୁ ଅଧିକ ସମୟ ବାକି ରହିଲା। ତେଣୁ ସେତେବେଳର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇଯିବ। ଯଦିଓ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ପାଇଁ ଅନୁମତି ମିଳେ, ତାହେଲେ ପ୍ରତିଦିନ ୨୫ହଜାର ଦର୍ଶକଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ମିଳିବ।

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଆଜି ଖେଳସୂଚୀ ଘୋଷଣା କରାଯାଇଛି। ନଭେମ୍ବର ୨୭ରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହା ପରେ ଡିସେମ୍ବର ୪ରୁ ଟି-୨୦ ସିରିଜ୍ ଏବଂ ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଡିସେମ୍ବର ୨୬ରୁ ବକ୍ସିଂ ଡେ' ଟେଷ୍ଟ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story