ବେଙ୍ଗାଲୁରୁ ଟେଷ୍ଟ: ଅଷ୍ଟ୍ରେଲିଆ ୨୩୭/୬

ବେଙ୍ଗଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୨୩୭ ରନ୍‌ ସଂଗ୍ରହ କରି ନେଇଛି। ହାତରେ ଆହୁରି ୪ ୱିକେଟ୍‌ ବାକି ଥିବା ବେଳେ ଦଳ ୪୭ ରନ୍‌ର ଅଗ୍ରଣୀ ହାସଲ କରିଛି। ଦଳ ପକ୍ଷରୁ ଏମ୍‌. ରେନ୍‌ସ ୬୦, ଏସ୍‌. ମାର୍ସ ୬୭ ରନ୍‌ କରିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି, ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ରବୀଚନ୍ଦ୍ରନ ଅଶ୍ୱିନ୍‌ ଗୋଟିଏ […]

ind-vs-aus-1

Rakesh Mallick
  • Published: Sunday, 05 March 2017
  • , Updated: 06 March 2017, 10:04 PM IST

ବେଙ୍ଗଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୨୩୭ ରନ୍‌ ସଂଗ୍ରହ କରି ନେଇଛି। ହାତରେ ଆହୁରି ୪ ୱିକେଟ୍‌ ବାକି ଥିବା ବେଳେ ଦଳ ୪୭ ରନ୍‌ର ଅଗ୍ରଣୀ ହାସଲ କରିଛି। ଦଳ ପକ୍ଷରୁ ଏମ୍‌. ରେନ୍‌ସ ୬୦, ଏସ୍‌. ମାର୍ସ ୬୭ ରନ୍‌ କରିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି, ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ରବୀଚନ୍ଦ୍ରନ ଅଶ୍ୱିନ୍‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଗତକାଲି ଇଣ୍ଡିଆ ୧୮୯ରେ ଅଲଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆର ସ୍ପିନ ବୋଲର ନାଥନ୍ ଲିଅନ୍ ଏକାକି ୮ଟି ୱିକେଟ ନେଇ ଭରତୀୟ ପାଳିକୁ ଧୁଳିସାତ କରି ଦେଇଥିଲେ। ଇଣ୍ଡିଆ ପକ୍ଷରୁ ଲୋକେଶ ରାହୁଲ ଏକମାତ୍ର  ଖେଳାଳି ଭାବେ କ୍ରିଜ୍‌ରେ ତିଷ୍ଟି ରହି ସର୍ବାଧିକ ୯୦ ରନ କରିଥିବା ବେଳେ ଆଉ କଔଣସି ଖେଳାଳି ତାଙ୍କୁ ସାଥ ଦେଇ ନ ଥିଲେ।

Related story