ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଦ୍ୱିତୀୟ ଦିନ ସୁଦ୍ଧା ୫ମ ସ୍ଥାନରେ ଭାରତ, ଜାଣନ୍ତୁ ପ୍ରଥମରେ କିଏ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନ ଭଲ ରହିଛି ଭାରତ ପାଇଁ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ  ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ […]

download

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନ ଭଲ ରହିଛି ଭାରତ ପାଇଁ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ  ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ଦୀପକ ଲାଥେର। ୧୭ ବର୍ଷୀୟ ଲାଥେର ୨୯୫ କିଲୋଗ୍ରାମ ଓଜନ ଉଠାଇ ପଦକ ହାସଲ କରିଛନ୍ତି। ଏ ପର୍ଯ୍ୟନ୍ତ ମିଳିଥିବା ୪ଟି ଯାକ ପଦକ ଭାରୋତ୍ତୋଳନରୁ ଆସିଛି। ଦ୍ୱିତୀୟ ଦିନ ସୁଦ୍ଧା ଭାରତ ୪ଟି ପଦକ ସହ ତାଲିକାରେ ୫ମ ସ୍ଥାନରେ ରହିଛି। ୩୨ ପଦକ ସହ ପ୍ରଥମରେ ଅଷ୍ଟ୍ରେଲିଆ ରହିଥିବା ବେଳେ ୧୭ ପଦକ ପାଇ ଦ୍ୱିତୀୟରେ ଇଂଲଣ୍ଡ, ୧୧ଟି ପଦକ ପାଇଥିବା କାନାଡ଼ା ତୃତୀୟରେ ରହିଥିବା ବେଳେ ୯ଟି ପଦକ ପାଇଥିବା ସ୍କଟ୍‌ଲାଣ୍ଡ ଚତୁର୍ଥରେ ରହିଛି।

ଅନ୍ୟପଟେ ଓଡ଼ଆ ଝିଅ ସରସ୍ୱତୀ ରାଉତ ନିରାଶ କରିଛନ୍ତି। ଭାରୋତ୍ତୋଳନର ୫୮ କିଲୋଗ୍ରାମ ବର୍ଗରେ ଭାଗ ନେଇଥିବା ସରସ୍ୱତୀ ୭୮ କିଲୋଗ୍ରାମ୍ ଓଜନ୍ ଉଠାଇବାରେ ବିଫଳ ହୋଇଥିଲେ। ୩ ଥର ସୁଯୋଗ ପାଇଥିଲେ ବି ସେ ଉଠାଇ ନ ପାରି ବାଦ୍ ପଡିଥିଲେ। ସେପଟେ ଗତକାଲି ୱେଲ୍ସ ନିକଟରୁ ହାରିଯାଇଥିବା ଭାରତୀୟ ମହିଳା ହକି ଦଳ ଆଜି ମାଲେସିଆକୁ ୪-୧ ଗୋଲରେ ପରାସ୍ତ କରିଛି। ଭାରତୀୟ ଦଳର ସଦସ୍ୟ ଥିବା ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା ଆଜି ତାଙ୍କ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।

Related story