୧୦୦ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ଆଇସିସି ଅଣ୍ଟର-୧୯ ବିଶ୍ୱକପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୦୦ ରନ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୩୨୯ ରନ୍‌ର ପିଛା କରି ଅଷ୍ଟ୍ରେଲିଆ ଟିମ୍‌ ୪୦.୫ ଓଭରରେ ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଜେ. ଏଡୱାର୍ଡ ସର୍ବାଧିକ ୭୩ ରନ୍‌ କରିଛନ୍ତି। ଭାରତ ପକ୍ଷରୁ ଫାଷ୍ଟ ବୋଲର ଶିବମ୍‌ ମାୱି  ଏବଂ କମଲେଶ ନାଗରକୋଟି ୩ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। ସେହିପରି ଅଭିଷେକ ଶର୍ମା […]

cricket

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 04:34 PM IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ଆଇସିସି ଅଣ୍ଟର-୧୯ ବିଶ୍ୱକପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୦୦ ରନ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୩୨୯ ରନ୍‌ର ପିଛା କରି ଅଷ୍ଟ୍ରେଲିଆ ଟିମ୍‌ ୪୦.୫ ଓଭରରେ ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଜେ. ଏଡୱାର୍ଡ ସର୍ବାଧିକ ୭୩ ରନ୍‌ କରିଛନ୍ତି। ଭାରତ ପକ୍ଷରୁ ଫାଷ୍ଟ ବୋଲର ଶିବମ୍‌ ମାୱି  ଏବଂ କମଲେଶ ନାଗରକୋଟି ୩ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। ସେହିପରି ଅଭିଷେକ ଶର୍ମା ଏବଂ ଅନୁକୁଳ ରାୟ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍‌ ହରାଇ ୩୨୮ ରନ୍‌ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ପୃଥ୍ୱୀ ଶା ୯୪, ମନୋଜ କାଲରା ୮୬ ଏବଂ ଶୁଭମ୍‌ ଗିଲ ୬୩ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ।

Related story