ସାଫ୍ ଅଣ୍ଡର୍-୧୮ ଚାମ୍ପିୟନଶିପ୍ ଟାଇଟଲ୍ ଜିତିଲା ଭାରତ

ନୂଆଦିଲ୍ଲୀ: ଇଞ୍ଜୁରୀ ଟାଇମରେ ରବି ବାହାଦୁର ରାଣାଙ୍କ ଚିତ୍ତାକର୍ଷକ ଗୋଲ୍ ବଳରେ ଭାରତୀୟ ଯୁବ ଫୁଟବଲ ଟିମ୍ ବାଂଲାଦେଶକୁ ୨-୧ ଗୋଲରେ ହରାଇ ଚଳିତ ସାଫ୍ ଅଣ୍ଡର୍-୧୮ ଚାମ୍ପିୟନଶିପ୍ ଟାଇଟଲ୍ ଜିତିଛି। ଭାରତ ଏହି ବୟସ ବର୍ଗରେ ପ୍ରଥମଥର ପାଇଁ ଚାମ୍ପିୟନଶିପ୍ ଟାଇଟଲ୍ ହାତେଇଛି। ଭାରତ ପକ୍ଷରୁ ଏହି ମୁକାବିଲାରେ ବିକ୍ରମ ପ୍ରତାପ ସିଂହ (ଦ୍ୱିତୀୟ) ଏବଂ ବାହାଦୁର ରାଣା (୯୦+୧ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିପରି ବାଂଲାଦେଶ ପକ୍ଷରୁ ମହମ୍ମଦ ୟିସିନ୍ ଆରାଫତ୍ (୩୮ତମ) […]

football

football

Ranjit Kumar Jena
  • Published: Sunday, 29 September 2019
  • Updated: 29 September 2019, 09:01 PM IST

Sports

Latest News

ନୂଆଦିଲ୍ଲୀ: ଇଞ୍ଜୁରୀ ଟାଇମରେ ରବି ବାହାଦୁର ରାଣାଙ୍କ ଚିତ୍ତାକର୍ଷକ ଗୋଲ୍ ବଳରେ ଭାରତୀୟ ଯୁବ ଫୁଟବଲ ଟିମ୍ ବାଂଲାଦେଶକୁ ୨-୧ ଗୋଲରେ ହରାଇ ଚଳିତ ସାଫ୍ ଅଣ୍ଡର୍-୧୮ ଚାମ୍ପିୟନଶିପ୍ ଟାଇଟଲ୍ ଜିତିଛି। ଭାରତ ଏହି ବୟସ ବର୍ଗରେ ପ୍ରଥମଥର ପାଇଁ ଚାମ୍ପିୟନଶିପ୍ ଟାଇଟଲ୍ ହାତେଇଛି। ଭାରତ ପକ୍ଷରୁ ଏହି ମୁକାବିଲାରେ ବିକ୍ରମ ପ୍ରତାପ ସିଂହ (ଦ୍ୱିତୀୟ) ଏବଂ ବାହାଦୁର ରାଣା (୯୦+୧ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିପରି ବାଂଲାଦେଶ ପକ୍ଷରୁ ମହମ୍ମଦ ୟିସିନ୍ ଆରାଫତ୍ (୩୮ତମ) ଗୋଲ୍ ସ୍କୋର କରିଥିଲେ।

ଏହି ମୁକାବିଲାରେ ଭାରତ ଆରମ୍ଭରୁ ହିଁ ଆକ୍ରମଣ କରିଥିଲା। ଫଳସ୍ୱରୂପ ବିକ୍ରମ ପ୍ରତାପ ଦ୍ୱିତୀୟ ମିନିଟରେ ହିଁ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହି ଗୋଲ୍ ବଳରେ ଭାରତ ୧-୦ରେ ଆଗୁଆ ହୋଇଥିଲା। ଭାରତ ଏହି ଅଗ୍ରଣୀକୁ କାଏମ ରଖି ମ୍ୟାଚରେ ଆଗକୁ ବଢ଼ିଥିଲା। ପ୍ରାରମ୍ଭିକ ଗୋଲ୍ ଖାଇବା ପରେ ମଧ୍ୟ ବାଂଲାଦେଶ ହାର୍ ମାନିନଥିଲା ଏବଂ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଥିଲା।

ମ୍ୟାଚର ୨୨ତମ ମିନିଟରେ ଭାରତର ଗୁରକୀରତ ସିଂହ ଏବଂ ପ୍ରତିପକ୍ଷ ଦଳର ମହମ୍ମଦ ଫହୀମଙ୍କୁ ରେଡ୍ କାର୍ଡ ମିଳିଥିଲା। ୩୫ ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍ ଭାରତ କବଜାରେ ଥିଲା। ଏହା ପରେ ବାଂଲାଦେଶ ମଧ୍ୟ ପ୍ରତିଆକ୍ରମଣ କରିଥିଲା। ମ୍ୟାଚର ୩୮ତମ ମିନିଟରେ ଆରାଫତ୍ ଗୋଟିଏ ଗୋଲ୍ ଦେଇ ମ୍ୟାଚକୁ ବରାବର କରିବା ସହ ବାଂଲାଦେଶ ପାଇଁ ପ୍ରତ୍ୟାବର୍ତ୍ତନର ବାଟ ଖୋଲିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ମ୍ୟାଚ୍ ୧-୧ରେ ବରାବର ରହିଥିଲା।

ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଏକ ସମୟରେ ଲାଗୁଥିଲା ଯେପରି ମ୍ୟାଚ୍ ଅତିରିକ୍ତ ସମୟକୁ ଯିବ, କିନ୍ତୁ ଇଞ୍ଜୁରି ଟାଇମ୍ (୯୧ତମ)ରେ ରବି ବାହାଦୁର ରାଣା ୩୦ ୟାର୍ଡ ଦୂରରୁ ଗୋଲ୍ କରି ଭାରତକୁ ରୋମାଞ୍ଚକର ବିଜୟ ଦେଇଥିଲେ। ପରାଜୟ ସତ୍ତ୍ୱେ ବାଂଲାଦେଶ ଉପସ୍ଥିତ ଦର୍ଶକଙ୍କ ମନ ଜିଣିପାରିଥିଲା। ଭାରତର ନିନ୍ଥୋଇଙ୍ଗାମ୍ବା ମୀତେଇ ଟୁର୍ଣ୍ଣାମେଣ୍ଟର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ଟିମର ବିଜୟ ପରେ ମୁଖ୍ୟ କୋଚ୍ ଫ୍ଲୟଡ୍ ପିଣ୍ଟୋ କହିଥିଲେ, "ରବି ବାହାଦୁର ଯେଉଁଭଳି ଗୋଲ୍ ଦେଇ ଆମକୁ ରୋମାଞ୍ଚକର ବିଜୟ ଦେଲେ, ତାହା ବାସ୍ତବରେ ଅବିଶ୍ୱସନୀୟ ଥିଲା। ଆମେ ଟୁର୍ଣ୍ଣାମେଣ୍ଟରେ କେବଳ ଶ୍ରେଷ୍ଠ ଫୁଟବଲ ଟିମ୍ ନୁହେଁ, ବରଂ ସବୁଠାରୁ ପ୍ରଭାବଶାଳୀ ଟିମ୍ ମଧ୍ୟ ହୋଇପାରିଛୁ। ଖେଳାଳିମାନଙ୍କ ପ୍ରଦର୍ଶନରେ ମୁଁ ବହୁତ ଖୁସି। ଖେଳାଳିମାନେ ଯେଉଁ ତ୍ୟାଗ ଏବଂ ପ୍ରତିଶ୍ରୁତିବଦ୍ଧ ଦେଖାଇଛନ୍ତି, ତାହା ମୋତେ ଗୌରବାନ୍ୱିତ କରିଛି।"

ସେହିପରି ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଆଇଏଫଏଫ୍)ର ସଭାପତି ପ୍ରଫୁଲ୍ ପଟେଲ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, "ଭାରତୀୟ ଟିମ୍ ପ୍ରତି ମ୍ୟାଚରେ ଉନ୍ନତି କରିବାରେ ଲାଗିଛି। ଗତ ସପ୍ତାହରେ ଅଣ୍ଡର୍-୧୬ ଏଏଫସି ଚାମ୍ପିୟନଶିପକୁ କ୍ୱାଲିଫାଏ ପରେ ଆଜି ଆଉ ଏକ ଯୁବ ଟିମ୍ ଇତିହାସ ରଚିଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story