ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡ କଲେ ବିରାଟ୍‌

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତରେ ୧ହଜାର ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୧ହଜାର ରନ୍ ପାଇଁ ତାଙ୍କୁ ମାତ୍ର ୬ ରନ୍ ଆବଶ୍ୟକ ଥିଲା। ଆଜି ସେ ୧୪ତମ ଓଭରରେ ଏହି ମାଇଲଖୁଣ୍ଟ ହାସଲ କରିନେଇଥିଲେ। କୋହଲି ମଧ୍ୟ ବିଶ୍ୱର ତୃତୀୟ କ୍ରିକେଟର୍ ଭାବେ ଘରୋଇ ମାଟିରେ ୧ହଜାରରୁ ଅଧିକ ରନ୍ କରିଛନ୍ତି। ତାଙ୍କ ପୂର୍ବରୁ […]

kohli

Ranjit Kumar Jena
  • Published: Wednesday, 11 December 2019
  • , Updated: 11 December 2019, 09:43 PM IST

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତରେ ୧ହଜାର ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

୧ହଜାର ରନ୍ ପାଇଁ ତାଙ୍କୁ ମାତ୍ର ୬ ରନ୍ ଆବଶ୍ୟକ ଥିଲା। ଆଜି ସେ ୧୪ତମ ଓଭରରେ ଏହି ମାଇଲଖୁଣ୍ଟ ହାସଲ କରିନେଇଥିଲେ। କୋହଲି ମଧ୍ୟ ବିଶ୍ୱର ତୃତୀୟ କ୍ରିକେଟର୍ ଭାବେ ଘରୋଇ ମାଟିରେ ୧ହଜାରରୁ ଅଧିକ ରନ୍ କରିଛନ୍ତି।

ତାଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ (୧୪୩୦) ଓ କଲିନ୍ ମୁନରୋ (୧୦୦୦) ଏହି କାରନାମା କରିଛନ୍ତି। ଉକ୍ତ ମ୍ୟାଚରେ କୋହଲି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୯ ବଲରେ ୭୦ ରନ୍ କରିଛନ୍ତି, ଯେଉଁଥିରେ ୪ ଚୌକା ଓ ୭ ଛକା ସାମିଲ୍ ଅଛି।

Related story