ୱେଷ୍ଟଇଣ୍ଡିଜ୍‌ ଠାରୁ ୧୧ ରନ୍‌ରେ ହାରିଲା ଭାରତ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତ ୧୧ ରନ୍‌ରେ ହାରି ଯାଇଛି। ଏହା ସତ୍ତ୍ୱେ ସିରିଜ୍ ଜିତିବା ପାଇଁ ଭାରତ ପାଖରେ ଆଉ ଏକ ସୁଯୋଗ ରହିଛି। କାରଣ ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ। ଏହି ମ୍ୟାଚ୍ ଜିତିଲେ ଭାରତ ୩-୧ରେ ସିରିଜ୍ ଜିତିବ। ହାରିଲେ ୨-୨ରେ ସିରିଜ୍ ଡ୍ର ରହିବ। କାରଣ ଭାରତ ଦୁଇଟି ମ୍ୟାଚ୍ ଜିତି ସାରିଛି। ଗତକାଲି ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ […]

jason

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 08:11 AM IST

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତ ୧୧ ରନ୍‌ରେ ହାରି ଯାଇଛି। ଏହା ସତ୍ତ୍ୱେ ସିରିଜ୍ ଜିତିବା ପାଇଁ ଭାରତ ପାଖରେ ଆଉ ଏକ ସୁଯୋଗ ରହିଛି। କାରଣ ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ। ଏହି ମ୍ୟାଚ୍ ଜିତିଲେ ଭାରତ ୩-୧ରେ ସିରିଜ୍ ଜିତିବ। ହାରିଲେ ୨-୨ରେ ସିରିଜ୍ ଡ୍ର ରହିବ। କାରଣ ଭାରତ ଦୁଇଟି ମ୍ୟାଚ୍ ଜିତି ସାରିଛି।

ଗତକାଲି ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା। ତେବେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୪ ଓଭରରେ ୧୭୮ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଆଜିଙ୍କ୍ୟ ରାହାଣେ ୬୦ ରନ୍ କରିଥିବା ବେଳେ ଧୋନୀ ୫୪ ରନ୍ କରିଥିଲେ। ଶିଖର ଧାୱନ, ବିରାଟ କୋହଲି ଓ ଦୀନେଶ କାର୍ତ୍ତିକ ଯଥାକ୍ରମେ ୫, ୩ ଓ ୨ ରନ୍ କରିଥିଲେ। କେଦାର ଯାଦବ ୧୦ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ରବୀନ୍ଦ୍ର ଜାଡେଜ୍ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିବା ବେଳେ କୁଲଦୀପ ଯାଦବ ୨ ଓ ମହମ୍ମଦ ସାମି ୧ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍‌ଡର ୫ ୱିକେଟ୍ ନେଇ ଥିଲେ।

Related story