ମାଲେସିଆକୁ ହରାଇଲା ଭାରତ

ଇପୋ (ମାଲେସିଆ): ଚଳିତ ସୁଲତାନ ଆଜଲାନ୍ ଶାହ ହକିରେ ଭାରତର ପ୍ରଥମ ବିଜୟ। ଗତକାଲି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତୀୟ ଦଳ  ୫-୧ ଗୋଲ୍‌ରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି। ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତ। ଦଶମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା। ଏହାପରେ ଗୁରଜନ୍ତ ସିଂ ଦୁଇଟି, ସୁମିତ୍ କୁମାର ଓ ରମଣଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଟୁର୍ଣ୍ଣାମେଣ୍ଟର ଭାରତର ଏହା […]

hockey

Rakesh Mallick
  • Published: Thursday, 08 March 2018
  • , Updated: 08 March 2018, 08:36 AM IST

ଇପୋ (ମାଲେସିଆ): ଚଳିତ ସୁଲତାନ ଆଜଲାନ୍ ଶାହ ହକିରେ ଭାରତର ପ୍ରଥମ ବିଜୟ। ଗତକାଲି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତୀୟ ଦଳ  ୫-୧ ଗୋଲ୍‌ରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି। ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତ। ଦଶମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା। ଏହାପରେ ଗୁରଜନ୍ତ ସିଂ ଦୁଇଟି, ସୁମିତ୍ କୁମାର ଓ ରମଣଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଟୁର୍ଣ୍ଣାମେଣ୍ଟର ଭାରତର ଏହା ପ୍ରଥମ ବିଜୟ ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ ରହିଛି। ଏହାପୂର୍ବରୁ ଭାରତ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଠାରୁ ହାରିଥିବା ବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଡ୍ର ରଖିଥିଲା। ଆସନ୍ତାକାଲି ଅନ୍ତିମ ଲିଗ୍ ମ୍ୟାଚରେ ଭାରତ ଆୟରଲ୍ୟାଣ୍ଡକୁ ଭେଟିବ।

Related story