ତାଶକେଣ୍ଟ(ଉଜବେକିସ୍ତାନ): ଭାରତର ଜୁନିୟର ଫୁଟବଲ ଟିମ୍ ଆୟୋଜକ ଉଜବେକିସ୍ତାନ ବିପକ୍ଷ ମୁକାବିଲା ୧-୧ ଗୋଲରେ ଡ୍ର' ରଖି ଆସନ୍ତାବର୍ଷ ବାହାରିନରେ ହେବାକୁଥିବା ଏଏଫସି ଅଣ୍ଡର୍-୧୬ ଚାମ୍ପିୟନଶିପ୍ ପାଇଁ କ୍ୱାଲିଫାଏ କରିଛି।
ଭାରତୀୟ ଟିମ୍ ତିନୋଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରି ଉଜବେକିସ୍ତାନ ସହ ବରାବରରେ ରହିଛି। କିନ୍ତୁ ଉନ୍ନତ ଗୋଲ୍ ବ୍ୟବଧାନ ଯୋଗୁ ଭାରତ ଶୀର୍ଷରେ ରହିଛି। ଭାରତର ଗୋଲ ବ୍ୟବଧାନ ୧୦ ରହିଥିବା ବେଳେ ଉଜବେକିସ୍ତାନର ୩ ରହିଛି। ଭାରତ ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ତୁର୍କମେନିସ୍ତାନ ଏବଂ ବାହାରିନକୁ ସମାନ ୫-୦ ଗୋଲରେ ହରାଇଥିଲା।
ଭାରତକୁ କ୍ୱାଲିଫାଏ କରିବା ପାଇଁ କେବଳ ଡ୍ର'ର ଆବଶ୍ୟକ ହେଉଥିଲା। ଆଜି ମ୍ୟାଚରେ ଭାରତ ପକ୍ଷରୁ ଶ୍ରୀଦାର୍ଥ ନଙ୍ଗମେଇକାପାମ ୬୬ତମ ମିନିଟରେ ଗୋଲ୍ ଦେଇ ନିଜ ଟିମକୁ ୧-୦ରେ ଆଗୁଆ କରାଇଥିଲେ। ତେବେ ୮୧ତମ ମିନିଟରେ ଘରୋଇ ଦଳର ରିଆନ୍ ଇସଲାମୋଭ ଗୋଲ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲେ। ଭାରତ ଲଗାତାର ତୃତୀୟ ଏବଂ ମୋଟ ନବମଥର ପାଇଁ ଅଣ୍ଡର୍-୧୬ ଚାମ୍ପିୟନଶିପକୁ କ୍ୱାଲିଫାଏ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।
National
୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
Politics
ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ
ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।
National
ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ
ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା।