ଆସନ୍ତାକାଲିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍

ମୁମ୍ବାଇ: ଆସନ୍ତାକାଲିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ତେଣୁ ଦଳ ଚତୁର୍ଥ ଟେଷ୍ଟକୁ ଜିତି ସିରିଜ୍ କବ୍‌ଜା କରିବାକୁ ଉଦ୍ୟମ କରିବ। ସେହିପରି ଇଂଲଣ୍ଡ ପରାଜୟ ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ। ସକାଳ ସାଢ଼େ ନଅଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। କିନ୍ତୁ ଦ୍ୱିତୀୟ ଓ ତୃତୀୟ […]

kohali

Rakesh Mallick
  • Published: Wednesday, 07 December 2016
  • , Updated: 07 December 2016, 10:18 AM IST

ମୁମ୍ବାଇ: ଆସନ୍ତାକାଲିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ତେଣୁ ଦଳ ଚତୁର୍ଥ ଟେଷ୍ଟକୁ ଜିତି ସିରିଜ୍ କବ୍‌ଜା କରିବାକୁ ଉଦ୍ୟମ କରିବ। ସେହିପରି ଇଂଲଣ୍ଡ ପରାଜୟ ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ।

ସକାଳ ସାଢ଼େ ନଅଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। କିନ୍ତୁ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଭାରତ ବାଜି ମାରି ନେଇଥିଲା। ଦ୍ୱିତୀୟ ଟେଷ୍ଟରେ ଭାରତ ୨୪୮ ରନ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ଟେଷ୍ଟକୁ ୮ ୱିକେଟ୍‌ରେ ଜିତି ନେଇଥିଲା।

ଆହତ ଜନିତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟ୍ ପରେ ଟିମ୍‌ରୁ ବାଦ ପଡ଼ିଥିବା ରିଦ୍ଧିମାନ ଶାହଙ୍କ ସ୍ଥାନରେ ପାର୍ଥିବ ପଟେଲଙ୍କୁ ତୃତୀୟ ଟେଷ୍ଟରେ ଖେଳା ଯାଇଥିଲା। ଦୀର୍ଘ ୮ ବର୍ଷ ପରେ ସେ ଟେଷ୍ଟ ଟିମ୍‌କୁ ଫେରିଥିଲେ। ଚତୁର୍ଥ ଟେଷ୍ଟ ପାଇଁ ମଧ୍ୟ ସେ ନିଜ ସ୍ଥାନ ବଜାୟ ରଖିଛନ୍ତି।

Related story