ରବିବାର ଅନ୍ତିମ ଟି-୨୦: କ୍ଲିନସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ। ଧର୍ମଶାଳାରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଧୋଇ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଏବଂ କୋହଲି ଚମତ୍କାର ବ୍ୟାଟିଂ ବଳରେ ଭାରତ ୭ ୱିକେଟରେ ବିଜୟ ହାସଲ […]

india

india

Ranjit Kumar Jena
  • Published: Saturday, 21 September 2019
  • Updated: 21 September 2019, 07:38 PM IST

Sports

Latest News

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ। ଧର୍ମଶାଳାରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଧୋଇ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଏବଂ କୋହଲି ଚମତ୍କାର ବ୍ୟାଟିଂ ବଳରେ ଭାରତ ୭ ୱିକେଟରେ ବିଜୟ ହାସଲ କରି ୧-୦ରେ ଆଗୁଆ ରହିଛି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ପାଇଁ ଅନ୍ତିମ ଟି-୨୦ ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ।

ତୃତୀୟ ମ୍ୟାଚରେ ମଧ୍ୟ ସମସ୍ତଙ୍କ ନଜର ରିଷଭ ପନ୍ତଙ୍କ ଉପରେ ରହିବ, ଯିଏ ଦ୍ୱିତୀୟ ମ୍ୟାଚରେ ମାତ୍ର ୪ ରନ୍ କରି ଆଉଟ୍ କରିଥିଲେ। ପନ୍ତ ପୁଣିଥରେ ଦାୟିତ୍ୱହୀନ ଶଟ୍ ଖେଳି ଆଉଟ୍ ହୋଇଥିଲେ। ତେବେ ପନ୍ତଙ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କେହି ତାଙ୍କ ସ୍ୱଭାବ, ଶଟ୍ ଚୟନକୁ ନେଇ ପ୍ରଶ୍ନ କରୁଥିବା ବେଳେ କେହି ତାଙ୍କ ପ୍ରତିଭାକୁ ସମର୍ଥନ ମଧ୍ୟ କରିଛନ୍ତି। ୨୧ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କର ସମର୍ଥନ ମିଳିଛି। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ପନ୍ତଙ୍କୁ ଆହୁରି ସୁଯୋଗ ଦେବା ସପକ୍ଷରେ ଗାଭାସ୍କର ଯୁକ୍ତି ବାଢ଼ିଛନ୍ତି। ଏଭଳି ସ୍ଥିତିରେ ଆସନ୍ତାକାଲି ପନ୍ତଙ୍କ ଉପରେ ଭଲ ପ୍ରଦର୍ଶନ କରିବା ନେଇ ଅତ୍ୟଧିକ ଚାପ ରହିବ।

ମୋହଲିଙ୍କ ଦକ୍ଷିଣ ଆଫ୍ରିକା ବୋଲରଙ୍କ ପାଖରେ କୋହଲିଙ୍କ ବ୍ୟାଟିଂର କୌଣସି ଜବାବ ନଥିଲା ଏବଂ ଅନ୍ତିମ ମ୍ୟାଚ୍ ମଧ୍ୟ ଏଭଳି ଭେନ୍ୟୁରେ ହେଉଛି, ଯେଉଁ ଗ୍ରାଉଣ୍ଡ ସହ ସେ ଭଲଭାବେ ପରିଚିତ ଅଛନ୍ତି। କୋହଲି ଆଉ ଏକ ବଡ଼ ଇନିଂସ୍ ଖେଳି ଭାରତକୁ ବିଜୟୀ କରାଇବାକୁ ଚାହିଁବେ। କୋହଲିଙ୍କ ପୂର୍ବରୁ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଓ ଶିଖର ଧୱନଙ୍କୁ କାଗିସା ରବାଡାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ପେସ୍ ଆକ୍ରମଣକୁ ସାମ୍ନା କରିବାକୁ ପଡ଼ିବ। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ମଇଦାନର ଆକାରର ଫାଇଦା ଉଠାଇବାକୁ ପ୍ରୟାସ କରିବେ।

ରୋହିତ୍ ମୋହଲିରେ ଦୁଇଟି ଛକା ସହାୟତାରେ ୧୨ ରନ୍ କରି ଆଉଟ୍ ହୋଇଥିଲେ। ହେଲେ ଏଠାରେ ସେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ପନ୍ତ ମଧ୍ୟ ନିଜ ଆଲୋଚକଙ୍କ ଚୁପ୍ କରିବାକୁ ଚାହିଁବେ। ମଧ୍ୟକ୍ରମରେ ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ଦକ୍ଷ ଖେଳାଳି ଅଛନ୍ତି। ନିୟମିତ ବୋଲର ଯଶପ୍ରୀତ ବୁମ୍ରା ଓ ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ଦୀପକ ଚହର୍ ଓ ନଭଦୀପ ସାଇନି ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ତାହା ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ଦୂର କରିଛି। ସେମାନଙ୍କ ପାଖରେ ହୁଏତ ଅନ୍ତର୍ଜାତୀୟ ସ୍ତରରେ ଦୀର୍ଘଦିନ ଖେଳିବାର କୌଣସି ନାହିଁ, କିନ୍ତୁ ୱାଶିଂଟନ୍ ସୁନ୍ଦର, ଚହର ଓ ସାଇନି ପ୍ରମାଣିତ କରିଛନ୍ତି ଯେ ସେମାନେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ନୂଆ କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକଙ୍କୁ ପୁଣିଥରେ ନିଜ ବ୍ୟାଟର ଚମକ ଦେଖାଇବାକୁ ପଡ଼ିବ। ଏହାଛଡ଼ା ଟିମକୁ ଡେଭିଡ୍ ମିଲର୍ ଓ ରୀଜା ହେଣ୍ଡିକ୍ସଙ୍କର ସହଯୋଗର ମଧ୍ୟ ଆବଶ୍ୟକତା ରହିବ। ପ୍ରଥମ ମ୍ୟାଚରେ ଡି'କକ୍ ଓ ତେମ୍ବା ବାଭୁମାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ନିଜର ଛାପ ଛାଡ଼ିପାରି ନଥିଲେ। ବୋଲିଂରେ ମଧ୍ୟ ସେଭଳି ସ୍ଥିରତା ଦେଖିବାକୁ ମିଳିନଥିଲା। ଭାରତ ଭଳି ମଜଭୁତ୍ ଟିମକୁ ହରାଇବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୃନାଲ୍ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଖଲୀଲ ଅହମ୍ମଦ, ଦୀପକ ଚହର୍, ନଭଦୀପ ସାଇନି।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି'କକ୍ (କ୍ୟାପଟେନ୍), ରାସି ଭାନ୍ ଡର୍ ଡୁସେନ୍ (ଭାଇସ୍ କ୍ୟାପଟେନ୍), ତେମ୍ବା ବାଭୁମା, ଜୁନିୟର୍ ଡାଲା, ଜର୍ନ ଫଟ୍ୟୁନ୍, ବିଉରନ୍ ହେଣ୍ଡ୍ରିକ୍ସ, ରୀଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର୍, ଆନରିଚ୍ ନର୍ଟଜେ, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ୍, କାଗିସୋ ରବାଡା, ତାବରେଜ୍ ଶାମସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos