ପ୍ରଥମ ଦିନରେ ଭାରତକୁ ୭ ପଦକ: ଦୂତି ଓ ଅମୀୟ ସେମିଫାଇନାଲ୍‌ ରାଉଣ୍ଡରେ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍ ଚାମ୍ପିୟନସିପ୍‌ର ପ୍ରଥମ ଦିନରେ ଦୁଇ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ଭାରତକୁ ୭ ପଦକ । କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଇ ମେଗା ଇଭେଣ୍ଟରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣପଦକ ଆସିଥିଲା ସଟଫୁଟ୍‌ ଇଭେଣ୍ଟରୁ। ସଟ୍‌ଫୁଟ୍ ମନପ୍ରୀତ କୌର ଏହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୁରୁଷ ୫ ହଜାର ମିଟର ଦୌଡ଼ରେ ଜିତି.ଲକ୍ଷ୍ମଣଙ୍କ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ମହିଳା ଲଙ୍ଗଜମ୍ପ ନୀନା ଭିଙ୍କୁ ରୌପ୍ୟ ଓ ନୟନା ଜେମ୍ସଙ୍କୁ ବ୍ରୋଞ୍ଜ ପଦକ ମିଳିଛି। […]

aafff

Rakesh Mallick
  • Published: Thursday, 06 July 2017
  • , Updated: 07 July 2017, 03:42 PM IST

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍ ଚାମ୍ପିୟନସିପ୍‌ର ପ୍ରଥମ ଦିନରେ ଦୁଇ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ଭାରତକୁ ୭ ପଦକ । କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଇ ମେଗା ଇଭେଣ୍ଟରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣପଦକ ଆସିଥିଲା ସଟଫୁଟ୍‌ ଇଭେଣ୍ଟରୁ। ସଟ୍‌ଫୁଟ୍ ମନପ୍ରୀତ କୌର ଏହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୁରୁଷ ୫ ହଜାର ମିଟର ଦୌଡ଼ରେ ଜିତି.ଲକ୍ଷ୍ମଣଙ୍କ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ମହିଳା ଲଙ୍ଗଜମ୍ପ ନୀନା ଭିଙ୍କୁ ରୌପ୍ୟ ଓ ନୟନା ଜେମ୍ସଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେହିପରି ଡିସ୍‌କସ୍‌ ଥ୍ରୋରେ ବିକାଶ ଗୌଡ଼ା, ମହିଳା ୫ ହଜାର ମିଟର ଦୌଡ଼ରେ ସଞ୍ଜିବନୀ ଯାଦବ ଓ ମହିଳା ଜାଭେଲିନ୍ ଥ୍ରୋରେ ଅନୁରାଣୀଙ୍କୁ ବ୍ରୋଞ୍ଜ ପଦକ ମିଳିଛି ସେପଟେ ୧୦୦ ମିଟର ଦୌଡ଼ରେ ଓଡ଼ିଶା ପାଇଁ ଆଶା ଦେଇଛନ୍ତି ଦୂତୀ ଚାନ୍ଦ ଓ ଅମିୟ ମଲ୍ଲିକ। ମହିଳା ଶହେ ମିଟର ଦୌଡର ଦୂତୀ ଚାନ୍ଦ ସେମି ଫାଇନାଲରେ ପହଞ୍ଚିଛନ୍ତି ସେହିପରି ଅମିୟ ମଲ୍ଲିକ ମଧ୍ୟ ପୁରୁଷ ଶହେ ମିଟର ଦୌଡ଼ରେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Related story