ଭୁବନେଶ୍ୱ: ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ର ଦ୍ୱିତୀୟ ଦିନରେ ଭାରତୀୟ ଆଥଲେଟ୍ଙ୍କ ଜବରଦସ୍ତ ପ୍ରଦର୍ଶନ। ଭାରତୀୟ ଆଥଲେଟ୍ ଆଜି ଚମତ୍କାର ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଭାରତର ପଦକ ସଂଖ୍ୟାକୁ ୧୨ରେ ପହଞ୍ଚାଇଛନ୍ତି। ମହିଳା ୪ ଶହ ମିଟର ଦୌଡ଼ରେ ଆଜି ନିର୍ମଳା ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ପୁରୁଷ ୪ ଶହ ମିଟର ଦୌଡ଼ରେ ମଧ୍ୟ ଭାରତ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଛି। ପୁରୁଷ ୪ ଶହ ମିଟର ଦୌଡ଼ରେ ମହମ୍ମଦ ଆନ୍ସ ସ୍ୱର୍ଣ୍ଣ ପାଇଥିବା ବେଳେ ଅରୋକିଆ ରାଜୀବ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ମହିଳା ୧୫ ଶହ ମିଟର ଦୌଡ଼ରେ ଚିତ୍ରା ପି.ୟୁ ଏବଂ ପୁରୁଷ ୧୫ ଶହ ମିଟର ଦୌଡ଼ରେ ଅଜୟ କୁମାର ସରୋଜ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।