୬୦୧/୫ରେ ପ୍ରଥମ ଇନିଂସ୍ ଘୋଷଣା କଲା ଭାରତ

ପୁଣେ: କ୍ୟାପଟେନ୍ ବିରାଟ୍ କୋହଲିଙ୍କ ରେକର୍ଡ ଦ୍ୱିଶତକ ଏବଂ ରବୀନ୍ଦ୍ର ଜାଡେଜା ଓ ଆଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ଭାରତ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୫ ୱିକେଟ୍ ହରାଇ ୬୦୧ ରନ୍ କରି ପାଳି ଘୋଷଣା କରିଛି। କ୍ୟାପଟେନ୍ କୋହଲି କ୍ୟାରିୟରର ସର୍ବୋଚ୍ଚ ସ୍କୋର ୨୫୪ (୩୩୬ ବଲ୍, ୩୩ ଚୌକା, ୨ ଛକା) ରନ୍ କରି ଅପରାଜିତ ରହିଛନ୍ତି। ତେବେ ଜାଡେଜା ୯୧ (୧୦୪ ବଲ୍, ୮ ଚୌକା, ୨ ଛକା) […]

india

Ranjit Kumar Jena
  • Published: Friday, 11 October 2019
  • , Updated: 11 October 2019, 03:52 PM IST

ପୁଣେ: କ୍ୟାପଟେନ୍ ବିରାଟ୍ କୋହଲିଙ୍କ ରେକର୍ଡ ଦ୍ୱିଶତକ ଏବଂ ରବୀନ୍ଦ୍ର ଜାଡେଜା ଓ ଆଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ଭାରତ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୫ ୱିକେଟ୍ ହରାଇ ୬୦୧ ରନ୍ କରି ପାଳି ଘୋଷଣା କରିଛି। କ୍ୟାପଟେନ୍ କୋହଲି କ୍ୟାରିୟରର ସର୍ବୋଚ୍ଚ ସ୍କୋର ୨୫୪ (୩୩୬ ବଲ୍, ୩୩ ଚୌକା, ୨ ଛକା) ରନ୍ କରି ଅପରାଜିତ ରହିଛନ୍ତି।

ତେବେ ଜାଡେଜା ୯୧ (୧୦୪ ବଲ୍, ୮ ଚୌକା, ୨ ଛକା) ରନ୍ କରି ଆଉଟ୍ ହେବା ପରେ କୋହଲି ଇନିଂସ୍ ଘୋଷଣା କରିଥିଲେ। ଏହା ପୂର୍ବରୁ ଆଜିଙ୍କ୍ୟ ରାହାଣେ ୫୯ (୮ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ଗତକାଲି ମୟଙ୍କ ଅଗ୍ରୱାଲ୍ (୧୦୮) ଶତକ ଓ ଚେତେଶ୍ୱର ପୂଜାରା (୫୮) ଅର୍ଦ୍ଧଶତକ ମାରି ଭାରତକୁ ଭଲ ଆରମ୍ଭ ଦେଇଥିଲେ।

କୋହଲି ରାହାଣେଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୭୮ ରନ୍ ଏବଂ ଜାଡେଜାଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୨୨୫ ରନର ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ୩ଟି, କେଶବ ମହାରାଜ ଓ ସେନୁରାନ ମୁଥୁସ୍ୱାମୀ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story