ଜାଣିଛନ୍ତି କି ବର୍ଡର-ଗାଭାସ୍କର ଟ୍ରଫି କିଏ କେତେଥର ଜିତିଛି?

ସିଡ୍‌ନୀ: ୧୯୯୬ରୁ ଆରମ୍ଭ ହୋଇଥିବା ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର -ଗାଭାସ୍କର ଟ୍ରଫି ପାଇଁ ମ୍ୟାଚ୍‌ ଖେଳାଯିବାର ପରମ୍ପରା ଆଜି ଯାଏ ବଳବତ୍ତର ରହିଛି। ଅଷ୍ଟ୍ରେଲିଆର ଆଲାନ୍‌ ବର୍ଡର ଓ ଭାରତର ସୁନୀଲ ଗାଭାସ୍କରଙ୍କ ଭଳି ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ନାଁରେ ଏହି ଟ୍ରଫି ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରେ ୧୪ଟି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ଖେଳା ଯାଇଥିବା ବେଳେ ଭାରତ ସର୍ବାଧିକ ୮ଥର ଓ ଅଷ୍ଟ୍ରେଲିଆ ୫ଥର ଜିତିଛି। ସେହିପରି […]

b

b

Hemant Lenka
  • Published: Monday, 07 January 2019
  • Updated: 07 January 2019, 09:11 PM IST

Sports

Latest News

ସିଡ୍‌ନୀ: ୧୯୯୬ରୁ ଆରମ୍ଭ ହୋଇଥିବା ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର -ଗାଭାସ୍କର ଟ୍ରଫି ପାଇଁ ମ୍ୟାଚ୍‌ ଖେଳାଯିବାର ପରମ୍ପରା ଆଜି ଯାଏ ବଳବତ୍ତର ରହିଛି।

ଅଷ୍ଟ୍ରେଲିଆର ଆଲାନ୍‌ ବର୍ଡର ଓ ଭାରତର ସୁନୀଲ ଗାଭାସ୍କରଙ୍କ ଭଳି ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ନାଁରେ ଏହି ଟ୍ରଫି ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରେ ୧୪ଟି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ଖେଳା ଯାଇଥିବା ବେଳେ ଭାରତ ସର୍ବାଧିକ ୮ଥର ଓ ଅଷ୍ଟ୍ରେଲିଆ ୫ଥର ଜିତିଛି। ସେହିପରି ଗୋଟିଏ ମ୍ୟାଚ୍‌ ଡ୍ର ରହିଛି।

ଭାରତ ପ୍ରଥମଥର ୧୯୯୬ରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଟେଷ୍ଟ ସିରିଜ୍‌ ଆୟୋଜନ କରିଥିଲା। ଏହି ସିରିଜ୍‌ରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳା ଯାଇଥିଲା ଏବଂ ଭାରତ ଏହାକୁ ଜିତିଥିଲା।

୧୦ ଅକ୍ଟୋବର ୧୯୯୬ରେ ଏହି ମ୍ୟାଚ୍‌ଟି ଖେଳା ଯାଇଥିଲା ଏବଂ ନୟନ ମୋଙ୍ଗିଆ ପ୍ଲେୟର ଅଫ୍‌ ଦି ସିରିଜ୍‌ ହୋଇଥିଲା।

୧୯୯୭-୯୮ରେ ଭାରତ ପୁଣିଥରେ ଟେଷ୍ଟ ସିରିଜ୍‌ ଆୟୋଜନ କରିଥିଲା। ଏଥର ୩ଟିକିଆ ବର୍ଡର-ଗାଭାସ୍କର ଟ୍ରଫିକୁ ଭାରତ ୨-୧ରେ ଜିତିଥିଲା। ସଚିନ୍‌ ତେନ୍ଦୁଲକର ପ୍ଲେୟର ଅଫ୍‌ ଦି ସିରିଜ୍‌ ହୋଇଥିଲେ।

୧୯୯୯-୨୦୦୦ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ହୋଇଥିଲା। ଏଥିରେ ଘରୋଇ ଦଳ ୩-୦ରେ ସିରିଜ୍‌ କବଜା କରିଥିଲା। ତଥାପି ସଚିନ୍‌ ତେନ୍ଦୁଲକର ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ପାଇଥିଲେ।

୨୦୦୧ରେ ଭାରତରେ ଆୟୋଜିତ ୩ଟିକିଆ ସିରିଜ୍‌କୁ ଘରୋଇ ଦଳ ୨-୧ରେ ଜିତିଥିଲା। ହରଭଜନ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ହୋଇଥିଲେ। ଅଷ୍ଟ୍ରେଲିଆରେ ୨୦୦୩-୦୪ରେ ଅଷ୍ଟ୍ରେଲିଆରେ ଆୟୋଜିତ ବର୍ଡର ଗାଭାସ୍କର ଟ୍ରଫି ୧-୧ରେ ଡ୍ର ରହିଥିଲା। ଯେହେତୁ ପୂର୍ବବର୍ଷ ଭାରତ ଜିତିଥିଲା, ତେଣୁ ଟ୍ରଫିଟି ଟିମ୍‌ ଇଣ୍ଡିଆ ପାଖରେ ରହିଥିଲା।

୨୦୦୪ରେ ଭାରତ ଆୟୋଜକ ସାଜିଥିଲେ ହେଁ ୪ଟିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଥିଲା। ଡେମିନ୍‌ ମାର୍ଟିନ ସିରିଜ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

୨୦୦୭-୦୮ରେ ଅଷ୍ଟ୍ରେଲିଆରେ ଆୟୋଜିତ ସିରିଜ୍‌କୁ ଘରୋଇ ଦଳ ପୁଣି ୨-୧ରେ ଜିତି ନେଇଥିଲା। ବ୍ରେଟ୍‌ ଲି ପ୍ଲେୟର ଅଫ ଦି ସିରିଜ ହୋଇଥିଲେ।

୨୦୦୮ରେ ଭାରତ ଆୟୋଜକ ଦଳ ଭାବେ ୪ଟିକିଆ ସିରିଜ୍‌କୁ ୨-୦ରେ ଜିତି ନେଇଥିଲା। ଇଶାନ୍ତ ଶର୍ମା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୨୦୧୦ରେ ଭାରତରେ ଆୟୋଜିତ ୨ଟିକିଆ ସିରିଜ୍‌କୁ ଘରୋଇ ଦଳ ୨-୦ରେ ଜିତି ନେଇଥିଲା। ସଚିନ୍‌ ତେନ୍ଦୁଲକର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

୨୦୧୧-୧୨ରେ ଅଷ୍ଟ୍ରେଲିଆ ନିଜ ମାଟିରେ ଭାରତକୁ ୪-୦ରେ ହରାଇ ଦେଇଥିଲା। ମାଇକେଲ୍‌ କ୍ଲାର୍କ ସିରିଜ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୨୦୧୩ରେ ଭାରତ ସ୍ଵଦେଶରେ ଆୟୋଜିତ ସିରିଜ୍‌କୁ ୪-୦ରେ ଜିତିନେଇଥିଲା। ରବିଚନ୍ଦ୍ରନ ଅଶ୍ୱିନ୍‌ ପ୍ଲେୟର ଅଫ୍‌ ଦି ସିରିଜ ହୋଇଥିଲେ।

୨୦୧୪-୧୫ ବର୍ଡର-ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ନିଜ ଦେଶରେ ୨-୦ରେ ଜିତି ନେଇଥିଲା। ଷ୍ଟିଭ୍‌ ସ୍ମିଥ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

୨୦୧୭ରେ ଭାରତରେ ଆୟୋଜିତ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ୨-୧ରେ ଜିତିଥିଲା। ରବୀନ୍ଦ୍ର ଜାଡେଜା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଅଷ୍ଟ୍ରେଲିଆ ଗୋଟିଏ ଥର ବର୍ଡର-ଗାଭାସ୍କର ଟ୍ରଫି ଭାରତରେ ଜିତିଥିଲେ ହେଁ ଟିମ୍‌ ଇଣ୍ଡିଆ ଆଜି ଯାଏ ଅଷ୍ଟ୍ରେଲିଆ ମାଟିରେ କେବେ ହେଲେ ସିରିଜ୍‌ ଜିତି ନଥିଲା।

କିନ୍ତୁ ୨୦୧୮-୧୯ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ବିରାଟ୍‌ ବାହିନୀ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ସିରିଜ୍‌ରେ ଚେତେଶ୍ୱର ପୂଜାରା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story