ରାଜ୍ୟଗୋଷ୍ଠୀ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା: ଦଳରେ ଏକମାତ୍ର ଓଡ଼ିଆ ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଦଳରେ ଏକମାତ୍ର ଓଡ଼ଆ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ବୀରେନ୍ଦ୍ର ଲାକ୍ରା ଓ ଦୀପସାନ ତିର୍କିଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସୁଲତାନ ଆଜଲାନ ଶାହ ହକିରେ ଦଳର ନେତୃତ୍ୱ ନେଇଥିବା ସର୍ଦ୍ଦାର ସିଂହ ଓ ଷ୍ଟ୍ରାଇକର ରମଣଦୀପଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମିଡ୍ ଫିଲଡର ମନପ୍ରୀତ ସିଂହ ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି କିଛି ଦିନର ବ୍ୟବଧାନ ପରେ […]

ss

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 12:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଦଳରେ ଏକମାତ୍ର ଓଡ଼ଆ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ବୀରେନ୍ଦ୍ର ଲାକ୍ରା ଓ ଦୀପସାନ ତିର୍କିଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସୁଲତାନ ଆଜଲାନ ଶାହ ହକିରେ ଦଳର ନେତୃତ୍ୱ ନେଇଥିବା ସର୍ଦ୍ଦାର ସିଂହ ଓ ଷ୍ଟ୍ରାଇକର ରମଣଦୀପଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମିଡ୍ ଫିଲଡର ମନପ୍ରୀତ ସିଂହ ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି କିଛି ଦିନର ବ୍ୟବଧାନ ପରେ ଅଭିଜ୍ଞ ଖେଳାଳି ପି. ଆର. ଶ୍ରୀଜେଶ ଓ ଏସ .ଭି ସୁନୀଲ ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଏପ୍ରିଲ ୪ରୁ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୭ରୁ ଆରମ୍ଭ ହେବାକୁ ଯାଉଥିବା ଏହି ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ, ମାଲେସିଆ, ୱେଲ୍ସ ଓ ଇଂଲଣ୍ଡ ଏଥର ବି ଗ୍ରୁପରେ ଅଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ଦୁଇଟି ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲା ଭାରତ।

Related story