ଫେଲ ମାରିଲେ ସଚିନ-ସେହୱାଗ, ମ୍ୟାଚ୍‌ ଜିତାଇଲେ ଫଠାନ ଓ କୈଫ

ପୁଣେ: ପୁଣିଥରେ ସଚିନ ତେନ୍ଦୁଲକରଙ୍କ ଭାରତ ଲିଜେଣ୍ଡ୍ସ ବାଜିମାତ କରିଛି। ଏଥିର ତଲକରତ୍ନେ ଦିଲସାନଙ୍କ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ଦଳ ୫ ୱିକେଟରେ ହରାଇ ଦେଇଛି। ଏହି ମ୍ୟାଚ୍‌ରେ ଦୁଇ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ ସଂପୂର୍ଣ୍ଣ ଫେଲ ମାରିଥିଲେ। ହେଲେ ଇରଫାନ ପଠାନଙ୍କ  ବିସ୍ଫୋରକ ଅପରାଜିତ ୫୭ ରନ ଓ ମହମ୍ମଦ କୈଫଙ୍କ ଗୁରୁତ୍ୱପୂର୍ଣ୍ଣ ୪୬ ରନ୍‌ ବଳରେ ଭାରତ ଲିଜାଣ୍ଡ୍ସ ୫ ୱିକେଟରେ ବିଜୟ ହାସଲ କରିଛି। ଶ୍ରୀଲଙ୍କା ଲିଜେଣ୍ଡ୍ସ ପ୍ରଥମେ […]

w

Hemant Lenka
  • Published: Wednesday, 11 March 2020
  • , Updated: 11 March 2020, 04:16 PM IST

ପୁଣେ: ପୁଣିଥରେ ସଚିନ ତେନ୍ଦୁଲକରଙ୍କ ଭାରତ ଲିଜେଣ୍ଡ୍ସ ବାଜିମାତ କରିଛି। ଏଥିର ତଲକରତ୍ନେ ଦିଲସାନଙ୍କ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ଦଳ ୫ ୱିକେଟରେ ହରାଇ ଦେଇଛି। ଏହି ମ୍ୟାଚ୍‌ରେ ଦୁଇ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ ସଂପୂର୍ଣ୍ଣ ଫେଲ ମାରିଥିଲେ। ହେଲେ ଇରଫାନ ପଠାନଙ୍କ  ବିସ୍ଫୋରକ ଅପରାଜିତ ୫୭ ରନ ଓ ମହମ୍ମଦ କୈଫଙ୍କ ଗୁରୁତ୍ୱପୂର୍ଣ୍ଣ ୪୬ ରନ୍‌ ବଳରେ ଭାରତ ଲିଜାଣ୍ଡ୍ସ ୫ ୱିକେଟରେ ବିଜୟ ହାସଲ କରିଛି।

ଶ୍ରୀଲଙ୍କା ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ୧୩୮/୮ କରିଥିବା ବେଳେ ଭାରତ ଲିଜେଣ୍ଡ୍ସ ୫ ୱିକେଟ ହରାଇ ୮ଟି ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି।

ଟସ୍‌ ଜିତି ସଚିନ ତେନ୍ଦୁଲକର ପ୍ରଥମେ ଶ୍ରୀଲଙ୍କା ଲିଜେଣ୍ଡ୍ସଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ। ତେବେ ମୁନାଫ ପଟେଲଙ୍କ ୪ ୱିକେଟ ସଫଳତା ଯୋଗୁ ଶ୍ରୀଲଙ୍କା ମାତ୍ର ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୧୩୯ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଭାରତ ଲିଜେଣ୍ଡ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ସଚିନ ତେନ୍ଦୁଲକର ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଚାମିଣ୍ଡା ଭାସ ନେଇଥିଲେ। ଏହାପରେ ସେହୱାଗ ମଧ୍ୟ ମାତ୍ର ୩ ରନ୍‌ କରି ରନ ଆଉଟ ହୋଇଥିଲେ। ଭାସ ନିଜର ତୃତୀୟ ଓଭରରେ ଯୁବରାଜ ସିଂହ(୧)ଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଦଳ ୧୯ ରନ୍‌ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ତେବେ ମହମ୍ମଦ କୈଫ ଓ ସଞ୍ଜୟ ବାଙ୍ଗର ପ୍ରଥମେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୪୩ ରନ୍‌ ଯୋଡ଼ିଥିଲେ। କିନ୍ତୁ ରଞ୍ଜନ ହେରାଥ ୧୧ତମ ଓଭରରେ ବାଙ୍ଗର(୧୮)ଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। କିନ୍ତୁ କୈଫ ଓ ପଠାନ ଦଳର ସ୍କୋରକୁ ଆଗକୁ ବଢ଼ାଇ ଥିଲେ। ୩୪ ବଲରେ ୫୮ ରନ୍‌ ଦରକାର ଥିବା ବେଳେ କୈଫ(୪୬) ଆଉଟ ହୋଇଥିଲେ।

ଏହାପରେ ପଠାନ ତାଙ୍କ ବିସ୍ଫୋରକ ରୂପ ଦେଖାଇଥିଲେ। ସେ ଓ ମନପ୍ରୀତ ଗୋନି ୫୮ ରନ୍‌ର ଭାଗିଦାରୀ କରି ଭାରତ ଲିଜେଣ୍ଡ୍ସକୁ ୮ଟି ବଲ ପୂର୍ବରୁ ବିଜୟୀ କରାଇଥିଲେ। ପଠାନ ୩୧ଟି ବଲରେ ୩ଟି ଛକା ଓ ୬ଟି ଚୌକା ସହାୟତାରେ ୫୭ ଓ ଗୋନି ୮ ବଲରେ ୧୧ ରନ୍ କରି ଶେଷ ଯାଏ ଅପରାଜିତ ଥିଲେ।

ଏହାପୂର୍ବରୁ ଦିଲସାନ ଓ କାପୁଗେଦେରା ୨୩ ରନ୍ ଲେଖାଏ କରିବାରୁ ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୩୮ ରନ୍ କରିଥିଲା। ଭାରତ ପକ୍ଷରୁ ମୁନାଫ ପଟେଲ ୪ଟି ୱିକେଟ ନେଇଥିବା ବେଳେ ଜାହିର ଖାନ, ଇରଫାନ ପଠାନ ଓ ସଞ୍ଜୟ ବାଙ୍ଗର ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Related story