ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ!

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇ ସୂତ୍ରରୁ ଖବର ମିଳିଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, “ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଖେଳାଯିବାର ସମ୍ଭାବନା ରହିଛି।” ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ଗତବର୍ଷ […]

day-night

Ranjit Kumar Jena
  • Published: Sunday, 16 February 2020
  • , Updated: 16 February 2020, 05:31 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇ ସୂତ୍ରରୁ ଖବର ମିଳିଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, "ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଖେଳାଯିବାର ସମ୍ଭାବନା ରହିଛି।"

ଭାରତ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟ ଗତବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ ଖେଳିଥିଲା ଏବଂ ଏହି ମୁକାବିଲାରେ ସହଜ ବିଜୟ ହାସଲ କରିଥିଲା। ଗତମାସରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ମାଟିରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ କୋହଲି ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ସହମତି ପ୍ରକାଶ କରିଥିଲେ।

ବିରାଟ୍ କହିଥିଲେ, "ଆମେ ଦିବାରାଷ୍ଟ୍ର ଟେଷ୍ଟ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ। ଆମେ ଅଷ୍ଟ୍ରେଲିଆର ଯେକୌଣସି ଗ୍ରାଉଣ୍ଡରେ ଖେଳିବା ପାଇଁ ରାଜି, ତେଣିକି ତାହା ଗାବା ହେଉ କି ଏମସିଜି। ଏହା (ଦିବାରାତ୍ର ଟେଷ୍ଟ) କୌଣସି ଟେଷ୍ଟ ସିରିଜର ସବୁଠାରୁ ରୋଚକ ଅଂଶ ଏବଂ ଆମେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛୁ।"

ଭାରତ ୨୦୧୮-୧୯ରେ ଆଡିଲେଡରେ ଦିବାରାତ୍ର ଟେଷ୍ଟ ଖେଳିବା ପାଇଁ ଅଷ୍ଟ୍ରେଲିଆର ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲା। ଦିବାରାତ୍ର ଟେଷ୍ଟ ଖେଳିବାର ଅଭିଜ୍ଞତା ନଥିବାରୁ ଭାରତ ଏହି ଐତିହାସିକ ଟେଷ୍ଟ ଖେଳିବାକୁ ମନା କରିଦେଇଥିଲା। କିନ୍ତୁ ଏବେ ଭାରତ ପାଖରେ ଏବେ ଦିବାରାତ୍ର ଟେଷ୍ଟ ଖେଳିବାର ଅଭିଜ୍ଞତା ହାସଲ କରିସାରିଛି। ତେବେ ଅଷ୍ଟ୍ରେଲିଆ ମାଟିରେ ଦିବାରାତ୍ର ଟେଷ୍ଟ ଖେଳିବା ଅଧିକ ଚ୍ୟାଲେଞ୍ଜିଂ ହେବ।

Related story