ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ସିରିଜ କବ୍‌ଜା କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚ୍‌ରେ ଆକର୍ଷଣୀୟ ବିଜୟ ପରେ ଟିମ୍‌ ଇଣ୍ଡିଆ ଆଜି ଇଂଲଣ୍ଡ ବିପକ୍ଷରେ ଦ୍ୱତୀୟ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ କେ.ଏଲ୍‌ ରାହୁଲ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିବା ବେଳେ କୁଲଦୀପ ଯାଦବ ୨୪ ରନ ଦେଇ ୫ଟି ମୂଲ୍ୟବାନ ୱିକେଟ୍‌ ହାସଲ କରିଥିଲେ। ଭାରତ ଏହି ମ୍ୟାଚ୍‌ରେ ଶାନ୍‌ଦାର ପ୍ରଦର୍ଶନ କରି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିନେଇଥିଲା। ଆଜିର ମ୍ୟାଚ୍‌ରେ ମଧ୍ୟ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରି ସିରିଜ କବ୍‌ଜା […]

kul

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 03:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚ୍‌ରେ ଆକର୍ଷଣୀୟ ବିଜୟ ପରେ ଟିମ୍‌ ଇଣ୍ଡିଆ ଆଜି ଇଂଲଣ୍ଡ ବିପକ୍ଷରେ ଦ୍ୱତୀୟ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ କେ.ଏଲ୍‌ ରାହୁଲ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିବା ବେଳେ କୁଲଦୀପ ଯାଦବ ୨୪ ରନ ଦେଇ ୫ଟି ମୂଲ୍ୟବାନ ୱିକେଟ୍‌ ହାସଲ କରିଥିଲେ। ଭାରତ ଏହି ମ୍ୟାଚ୍‌ରେ ଶାନ୍‌ଦାର ପ୍ରଦର୍ଶନ କରି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିନେଇଥିଲା।

ଆଜିର ମ୍ୟାଚ୍‌ରେ ମଧ୍ୟ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରି ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ। ଯଦି ଟିମ୍‌ ଇଣ୍ଡିଆ ଏହି ସିରିଜ ଜିତି ଯାଉଛି ତେବେ ଲଗାତାର ୬ଟି ଟି-ଟ୍ୱେଣ୍ଟି ସିରିଜ ଜିତିବାର ଗୌରବ ଅର୍ଜନ କରିବ। ୨୦୧୭ ନଭେମ୍ବର ମାସ ପର ଠାରୁ ଭାରତ କୌଣସି ଟି-ଟ୍ୱେଣ୍ଟି ସିରିଜ ହାରିନାହିଁ।

ଭାରତ ସିଜିରକୁ ଯଦି ଜିତିନେଉଛି ତେବେ ଆଇସିସି ମାନ୍ୟତାରେ, ଟି-ଟ୍ୱେଣ୍ଟିରେ ଭାରତ ଦ୍ୱିତୀୟ ସ୍ଥନରେ ପହଞ୍ଚିଯିବ। ଏହାସହ ପ୍ରଥମ ସ୍ଥାନରେ ଥିବା ପାକିସ୍ତାନ ଠାରୁ ଅନ୍ତର ମଧ୍ୟ କମିଯିବ। ବର୍ତ୍ତମାନ ପାକିସ୍ତାନ ଆଇସିସି ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଓ ଭାରତ ତୃତୀୟ ସ୍ଥାନରେ ରହିଛି। ଆଜି ସୋଫିଆ ଗାର୍ଡେନ ଠାରେ ଭାରତୀୟ ସମୟ ରାତି ୧୦ ଟାରେ ମ୍ୟାଚ୍‌ ଖେଳାଯିବ। ଭାରତ ଇଂଲଣ୍ଡ ଗସ୍ତରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଠ ଲମ୍ବା ସିରିଜ ଖେଳିବ।

Related story