ବ୍ୟାଡମିଣ୍ଟନ୍ ଏସିଆ ଟିମ୍ ଚାମ୍ପିୟନଶିପ୍‌: ମ୍ୟାଲେସିୟାଠୁ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ): ଚଳିତ ବ୍ୟାଡମିଣ୍ଟନ୍ ଏସିଆ ଟିମ୍ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଦଳ ଗ୍ରୁପ୍‌-ବି’ରେ ତା’ର ଦ୍ୱିତୀୟ ମ୍ୟାଚରେ ମ୍ୟାଲେସିୟା ନିକଟରୁ ୧-୪ ଗୋଲରେ ପରାସ୍ତ ହୋଇଛି। ଡବଲ୍ସ ସ୍ପେଶାଲିଷ୍ଟ ସାତ୍ତ୍ୱିକସାଇରାଜଙ୍କ ଅନୁପସ୍ଥିତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଅନୁପସ୍ଥିତିରେ ଚିରାଗ ସେଟ୍ଟୀ ଓ ଏମଆର୍ ଅର୍ଜୁନ୍ ଏବଂ ଲକ୍ଷ୍ୟ ସେନ୍ ଓ ଧ୍ରୁବ କପିଲାଙ୍କ ଯୋଡ଼ି ପରାସ୍ତ ହୋଇଛନ୍ତି। କିଦାମ୍ବୀ ଶ୍ରୀକାନ୍ତ ଏକମାତ୍ର ଶଟଲର୍ ଭାବେ ବିଜୟ ହାସଲ କରିଥିବା ବେଳେ ବିଶ୍ୱର […]

srikant

Ranjit Kumar Jena
  • Published: Thursday, 13 February 2020
  • , Updated: 13 February 2020, 08:21 PM IST

ମାନିଲା (ଫିଲିପାଇନ୍ସ): ଚଳିତ ବ୍ୟାଡମିଣ୍ଟନ୍ ଏସିଆ ଟିମ୍ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଦଳ ଗ୍ରୁପ୍‌-ବି'ରେ ତା'ର ଦ୍ୱିତୀୟ ମ୍ୟାଚରେ ମ୍ୟାଲେସିୟା ନିକଟରୁ ୧-୪ ଗୋଲରେ ପରାସ୍ତ ହୋଇଛି। ଡବଲ୍ସ ସ୍ପେଶାଲିଷ୍ଟ ସାତ୍ତ୍ୱିକସାଇରାଜଙ୍କ ଅନୁପସ୍ଥିତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଅନୁପସ୍ଥିତିରେ ଚିରାଗ ସେଟ୍ଟୀ ଓ ଏମଆର୍ ଅର୍ଜୁନ୍ ଏବଂ ଲକ୍ଷ୍ୟ ସେନ୍ ଓ ଧ୍ରୁବ କପିଲାଙ୍କ ଯୋଡ଼ି ପରାସ୍ତ ହୋଇଛନ୍ତି।

କିଦାମ୍ବୀ ଶ୍ରୀକାନ୍ତ ଏକମାତ୍ର ଶଟଲର୍ ଭାବେ ବିଜୟ ହାସଲ କରିଥିବା ବେଳେ ବିଶ୍ୱର ଏକ ନମ୍ବର ଖେଳାଳି ବି. ସାଇ ପ୍ରଣୀତ ଓ ଏଚଏସ୍ ପ୍ରଣୟ ହାରିଯାଇଛନ୍ତି। ଏହି ପରାଜୟ ସହ ଭାରତ ଏବେ ଗ୍ରୁପ୍‌-ବି'ରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡକୁ ଭେଟିବ।

ଭାରତ ତା'ର ପ୍ରଥମ ମ୍ୟାଚରେ କଜାଖସ୍ତାନକୁ ୪-୧ରେ ହରାଇଥିଲା। ଦ୍ୱିତୀୟ ମ୍ୟାଚର ପ୍ରଥମ ସିଙ୍ଗଲ୍ସ ମୁକାବିଲାରେ ପ୍ରଣୀତ ୧୮-୨୧, ୧୫-୨୧ ଗେମରେ ମ୍ୟାଲେସିୟାର ଲି ଜି ଜିଆଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହା ପରେ ଡବଲ୍ସ ମ୍ୟାଚରେ ଚିରାଗ ଓ ଅର୍ଜୁନଙ୍କ ଯୋଡ଼ି ୧୮-୨୧, ୧୫-୨୧ ଗେମରେ ଆରୋନ୍ ଚିଆ ଓ ସୋ ୱି ୟିକଙ୍କ ନିକଟରୁ ହାରିଯାଇଥିଲେ । ତେବେ ତୃତୀୟ ମୁକାବିଲା ଜିତି ଶ୍ରୀକାନ୍ତ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ।

ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଶ୍ରୀକାନ୍ତ ୧୪-୨୧, ୨୧-୧୬, ୨୧-୧୯ ଗେମରେ ଚିମ୍ ଜୁନ୍ ୱେଇଙ୍କୁ ହରାଇଥିଲେ। ଚତୁର୍ଥ ମୁକାବିଲା ତଥା ଡବଲ୍ସରେ ଧ୍ରୁବ ଓ ଲକ୍ଷ୍ୟ ସେନଙ୍କ ଯୋଡ଼ି ୧୪-୨୧, ୧୪-୨୧ରେ ପରାସ୍ତ ହୋଇଥିଲେ ଏବଂ ଏଥିସହ ଭାରତର ବିଜୟ ଆଶା ମଉଳି ଯାଇଥିଲା। ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ପ୍ରଣୟ ୧୦-୨୧, ୧୫-୨୧ ଗେମରେ ଲିଅଙ୍ଗ୍ ଜୁନ୍ ହାଓଙ୍କଠାରୁ ପରାସ୍ତ ହୋଇଥିଲେ।

Related story