ରେଜଲ୍ଟ ପୂର୍ବରୁ ବିରାଟଙ୍କ ସେଲିବ୍ରେସନ୍ ମହଙ୍ଗା ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ କେପଟାଉନରେ ହାରିବା ପରେ ପ୍ରଶଂସକ ବେଶ ନିରାଶ ହୋଇଛନ୍ତି। ଭାରତୀୟ ବୋଲର ଦ୍ୱିତୀୟ ଇଂନିସରେ ଆକର୍ଷଣୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୧୩୦ ରନରେ ରୋକିଥିଲେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ କିନ୍ତୁ କୌଣସି କମାଲ କରିପରିନଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୭୨ ରନରେ ପରାସ୍ତ ହୋଇଛି।। ଦ୍ୱିତୀୟ ଇଂନିସରେ ଭାରତ ଆଗରେ ୨୦୮ରନର ବିଜୟ ଲକ୍ଷ୍ୟ ଥିବା ବେଳେ  ଦକ୍ଷିଣ ଆଫ୍ରିକାର ବୋଲିଂକୁ ସମ୍ନା କରି ନପାରି ଭାରତ […]

_ae6ac8b4-6917-11e7-99b4-5703255acffe

Ordigital Desk
  • Published: Tuesday, 09 January 2018
  • , Updated: 09 January 2018, 06:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ କେପଟାଉନରେ ହାରିବା ପରେ ପ୍ରଶଂସକ ବେଶ ନିରାଶ ହୋଇଛନ୍ତି। ଭାରତୀୟ ବୋଲର ଦ୍ୱିତୀୟ ଇଂନିସରେ ଆକର୍ଷଣୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୧୩୦ ରନରେ ରୋକିଥିଲେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ କିନ୍ତୁ କୌଣସି କମାଲ କରିପରିନଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୭୨ ରନରେ ପରାସ୍ତ ହୋଇଛି।। ଦ୍ୱିତୀୟ ଇଂନିସରେ ଭାରତ ଆଗରେ ୨୦୮ରନର ବିଜୟ ଲକ୍ଷ୍ୟ ଥିବା ବେଳେ  ଦକ୍ଷିଣ ଆଫ୍ରିକାର ବୋଲିଂକୁ ସମ୍ନା କରି ନପାରି ଭାରତ ୧୩୫ରନରେ ଅଲ ଆଉଟ୍‌ ହୋଇଯାଇଥିଲା।

ଭାରତର ପୂର୍ବ ଫର୍ମକୁ ଦେଖି ସମସ୍ତଙ୍କର ଆଶା ଥିଲା ଯେ ଏହି ମ୍ୟାଚ୍‌ରେ ୨୦୮ ରନର ବିଜୟ ଲକ୍ଷ୍ୟ ଭାରତ ସହଜରେ ହାସଲ କରିନେବ। ବିଶେଷକରି ଅଧିନାୟକ ବିରାଟ କୋହଲିଙ୍କ ଉପରେ ଭାରତୀୟ ପ୍ରଶଂସକଙ୍କ ସମ୍ପୂର୍ଣ୍ଣ ଭରସା ଥିଲା। ହେଲେ ବିରାଟ ମ୍ୟାଚର ଉଭୟ ଇଂନିସରେ ଫେଲ୍‌ ମାରିଥିଲେ। ପ୍ରଥମ ଇଂନିସରେ ୫ରନ କରିଥିବା ବେଳେ ଦ୍ୱତୀୟ ଇଂନିସରେ ୨୮ରନ କରିଥିଲେ।

ମ୍ୟାଚ୍‌ ପରେ କୋହଲି ପ୍ରେସ୍‌କୁ କହିଥିଲେ ଯେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଏକାକି ୭୦ରୁ୮୦ ରନ୍‌ କରିବାର ଥିଲା। ତେବେ ମ୍ୟାଚ୍ ଭାରତ ସପକ୍ଷରେ ହୋଇପାରିଥାନ୍ତା। ଭାରତ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଇଂନିସରେ ୧୩୦ ରନରେ ଆଉଟ୍‌ କରିବା ପରେ ବିରାଟ କୋହଲି ବେଶ୍‌ ଉତ୍ସାହିତ ହୋଇପଡିଥିଲେ। ପଡିଆରେ ବିରାଟଙ୍କ ସେଲିବ୍ରେସନ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଏହି ସେଲିବ୍ରେସନ ମ୍ୟାଚ୍‌ର ରେଜଲ୍ଟ ଆସିବା ପରେ ବିରାଟଙ୍କୁ ମହଙ୍ଗା ପଡିଥିଲା।

ବିବାହ ପରେ ବିରାଟଙ୍କର ଏହା ଥିଲା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ହେଲେ ମ୍ୟାଚ୍‌ରେ ବିରାଟ ଫେଲ୍ ମାରିବା ସହ ଟିମ୍‌ ଇଣ୍ଡିଆ ଯେଉଁଭଲି ପରାସ୍ତ ହେଲା ଏହାକୁ ନେଇ ସୋସିଆଲ୍‌ ମିଡିଆରେ ବିରାଟଙ୍କୁ ବେଶ ସମାଲୋଚିତ ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ହାରିବା ପରେ ବିରାଟଙ୍କୁ ଏଥିପାଇଁ ଦାୟୀ କରାଯାଇଛି।

ଜଣେ ୟୁଜର୍ସ କହିଛନ୍ତି, ବିରାଟ ଦକ୍ଷିଣ ଆଫ୍ରିକାରେ ମ୍ୟାଚ୍‌ ଖେଳିବାକୁ ଯାଇନାହାଁନ୍ତି ସେ ପତ୍ନୀ ଅନୁଷ୍କାଙ୍କ ସହ ସମୟ କାଟିବାକୁ ଯାଇଛନ୍ତି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଟିମ୍‌ ଇଣ୍ଡିଆ ହାରିବା ପଛରେ ଅନୁଷ୍କା ଦାୟୀ। ବିରାଟଙ୍କ ସହ ସେ ଦକ୍ଷିଣ ଆଫ୍ରିକାରେ ଟିମ୍‌ ଇଣ୍ଡିଆ ସହ ରହୁଥିବା ବେଳେ ଏହା ବିରାଟଙ୍କ ଖେଳ ପ୍ରତି ପ୍ରଭାବ ପକାଇଛି। ବିରାଟ ଖେଳ ପ୍ରତି କମ ଓ ପତ୍ନୀଙ୍କ ପ୍ରତି ଅଧିକ ନଜର ଦେଉଥିବା ଦେଖିବାକୁ ମିଳିଛି। ତେଣୁ ବିରାଟ ମ୍ୟାଚ୍‌ରେ ଫେଲ୍‌ ହେବା ସହ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ୍‌ ହାରିଛି।

Related story